ଗୁଲମୋହର ଭିଲ୍ଲା କବଜାରେ ସରକାରୀ ଜମି: ଶୁଣୁନି ପୋଲିସ, ଧାରଣାରେ କର୍ପୋରେଟର ଓ ୱାର୍ଡ ବାସିନ୍ଦା

187

କନକ ବ୍ୟୁରୋ: ଗୁଲମୋହର ଭିଲ୍ଲା କବଜାରେ ସରକାରୀ ଜମି । ବେଆଇନ ଜବରଦଖଲ କରିଥିବା ଜମିକୁ ବିଏମସି ଉଚ୍ଛେଦ କରି ସରକାରୀ ବୋର୍ଡ ଲଗାଇଥିଲା । ହେଲେ ଏହି ବୋର୍ଡକୁ ପୁଣି ଉପାଡି ପକାଇଦେବା ସହ ପୁଣି ଜାଗା ଉପରେ କବଜା କରିନେଇଛନ୍ତି କିଛି ମୃଷ୍ଟିମେୟ ବ୍ୟକ୍ତି । ଏନେଇ ୩୭ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ବନ୍ଦିତା ପାଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଧାରଣାରେ ବସିଛନ୍ତି କର୍ପୋରେଟର ଓ ୱାର୍ଡ ବାସିନ୍ଦା ।