ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ୱକୁ ଲାଲ ସଂକେତ : ୨୦୩୦ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ହୋଇପାରେ ବୃଦ୍ଧି

ସାରା ବିଶ୍ୱକୁ ସତର୍କ କରାଇଲେ ୧୯୫ ଦେଶର ବୈଜ୍ଞାନିକ 

157

କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱ ତାପମାତ୍ରା ଉପରେ ଏହାର କେଉଁଭଳି ପ୍ରଭାବ ପଡିବ, ତାହାକୁ ନେଇ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ୨୦୩୦ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ବିଶ୍ୱ ପାଇଁ ଲାଲ ସଂକେତ ବୋଲି ସତର୍କ କରାଯାଇଛି ।

ଏବେଠାରୁ ବିଶ୍ୱର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧିର କୁପରିମାଣ ଦେକିବାକୁ ମିଳିଲାଣି । ୧୯୦୧ରୁ ୨୦୧୮ ଭିତରେ ବିଶ୍ୱରେ ସମୁଦ୍ର ପତନ ହାରାହାରି ୦.୨୦ ମିଟର ବୃଦ୍ଧି ପାଇଛି । ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ପ୍ୟାନେଲ୍ ସୋମବାର ଏହି ରିପୋର୍ଟ ପ୍ରଦାନ କରିଛି । ୧୯୫ ଦେଶର ବୈଜ୍ଞାନିକଙ୍କ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଭାରତ ମଧ୍ୟ ରହିଛି । ବୈଜ୍ଞାନିକ ମାନେ ଇକୋ ସିଷ୍ଟମ ଓ ସାରା ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନର ଜଳବାୟୁ ନେଇ ଯାଂଚ କରିଥିଲେ ।

ବୈଜ୍ଞାନିକଙ୍କ ତଥ୍ୟ, ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ସମସ୍ୟା ସବୁ ଭବିଷ୍ୟତରେ ଦେଖାଦେବାର ଥିଲା ତାହା ଏବେଠାରୁ ଦେଖାଦେଲାଣି । ପୂର୍ବରୁ କୁହାଯାଉଥିଲା ୨୦୪୦ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବଢିବ, ହେଲେ ଏବେ କୁହାଯାଉଛି ଯେ, ୨୦୩୦ ସୁଦ୍ଧା ମାନେ ୧୦ ବର୍ଷ ଆଗୁଆ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇଯିବ । ଯାହା ବିଶ୍ୱବାସୀଙ୍କ ପାଇଁ ଲାଲ ସଂକେତ ।