ସବୁ ପ୍ରସ୍ତୁତି କରିସାରିଲେଣି ଗୁଲାମ ନବୀ ଆଜାଦ । ଖୁବ୍ ଶୀଘ୍ର ଘୋଷଣା କରିବେ ନୂଆ ପାର୍ଟି ନାଁ ।

61

କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଗାମୀ ବିଧାନସଭା ନିର୍ବାଚନ କୁ ନେଇ କ୍ରମାଗତ ଭାବେ ଜନସଭା କରୁଛନ୍ତି। ବର୍ତ୍ତମାନ ସେ ବାରାମୁଲା ଜିଲ୍ଲାର ଡାକ ବଙ୍ଗଳାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପୂର୍ବ ସରକାରମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଆସନ୍ତା ୧୦ ଦିନ ମଧ୍ୟରେ ସେ ତାଙ୍କ ନୂତନ ଦଳ ଘୋଷଣା କରିବେ ବୋଲି କହିଛନ୍ତି ।

ରବିବାର କାଶ୍ମୀରରେ ପ୍ରବଳ ବର୍ଷା ହେବା ସତ୍ତେ୍ୱ ଗୁଲାମ ନବୀଙ୍କ ମିଟିଙ୍ଗରେ ଯୋଗ ଦେଇଥିବାରୁ କର୍ମକର୍ତ୍ତା ତଥା ସମର୍ଥକଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ ଗୁଲାମ ନବୀ । ୱାଟର ପ୍ରୁଫ୍ ଟେଣ୍ଟ ଭିତରେ ଚାଲିଥିଲା ମାରାଥନ୍ ମିଟିଙ୍ଗ । ଗତ କିଛି ବର୍ଷ ମଧ୍ୟରେ କାଶ୍ମୀରରେ ଅନେକ ତୁମ୍ବି ତୋଫାନ୍ ସୃଷ୍ଟି ହୋଇଛି । ପୂର୍ବରୁ ମୋଗଲ ମାନେ ଆସି କାଶ୍ମୀର ଉପରେ ଯେଉଁ ଅତ୍ୟାଚାର ଚଳାଇଥିଲେ ଏବେବି ସେହିପରି ଅତ୍ୟାଚାରର ପ୍ରଭାବ ପରିଲକ୍ଷିତ ହେଉଛି । ତେଣୁ ଆଗକୁ ଯେପରି ଏହି ସ୍ଥିତି ଉକ୍ରଟ ନହୁଏ ତାକୁ ଗୁରୁତର ସହ ନେବାରେ ସମୟ ଆସିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୁଲାମ ନବୀ ଆଜାଦ ।