ପୁରୀ ଲୋକନାଥ ପୀଠରେ ଭକ୍ତଙ୍କ ଗହଳି : ମହା ମୃତ୍ୟୁଞ୍ଜୟ ପାଠ କରୁଛନ୍ତି ଭକ୍ତ

79

କନକ ବ୍ୟୁରୋ : ସୋମବାର ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଶ୍ରୀକ୍ଷେତ୍ରରେ ଲୋକନାଥଙ୍କ ପୀଠର ଅନେକ ସ୍ୱତନ୍ତ୍ରତା ରହିଛି । ସୋମବାର ହୋଇଥିବାରୁ ଆଜି ଲୋକନାଥଙ୍କ ପୀଠରେ ଗହଳି ଚହଳି ଲାଗି ରହିଛି । ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ । ତେଣୁ ଆଜି ଯିଏ ଶ୍ରୀମନ୍ଦିର ଆସିଥାନ୍ତି, ସେମାନେ ନିଶ୍ଚିତ ଲୋକନାଥଙ୍କ ମନ୍ଦିରକୁ ଯାଇଥାନ୍ତି । ଲୋକନାଥଙ୍କ ପୀଠରେ ମହା ମୃତ୍ୟୁଞ୍ଜୟ ପାଠ କରାଯାଇଥାଏ ।