ଆମେରିକାରେ ନିର୍ବାଚନ ଲଢିବେ ଉତ୍ତର ପ୍ରଦେଶ ଝିଅ । ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ ହୋଇ ଦେଶକୁ କଲେ ଗର୍ବିତ

237

କନକ ବ୍ୟୁରୋ : କିଛିବର୍ଷ ହେବ ଭାରତୀୟମାନେ ସାରା ଦେଶରେ ନାଁ କମାଇବାରେ ଲାଗିଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇ ଦେଶକୁ ଗର୍ବିତ କରିଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ମହିଳା ଆମେରିକାର ଶାସିତ ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଉତ୍ତର ପ୍ରଦେଶ ଗାଜିଆବାଦରେ ରହୁଥିବା ଭାରତୀୟ ଭାରତୀୟ ମୂଳ ନିବାସୀ ସବା ହାଇଦର ଏବେ ଆମେରିକା କାଉଣ୍ଟି ବୋର୍ଡ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଆମେରିକାର ଡୁପେଜ କାଉଣ୍ଟ ବୋର୍ଡ ନିର୍ବାଚନରେ ଜୋ ବାଇଡେନଙ୍କ ଡେମୋକାଟ୍ରିକ ପାର୍ଟିରୁ ସେ ପ୍ରତିଦ୍ୱନ୍ଦିତା କରିବେ । ଏହା ପୂର୍ବରୁ ସେ ୨୦୨୧ ମସିହାରେ ସ୍କୁଲବୋର୍ଡ ନିର୍ବାଚନ ମଧ୍ୟ ଲଢି ସାରିଛନ୍ତି ।

କୁହାଯାଉଛି କି ମୂଳ ଭାରତୀୟ ଝିଅ ସବା ହାଇଦରଙ୍କ ସମାଜସେବାକୁ ନଜରରେ ରଖି ବାଇଡେନଙ୍କ ପାର୍ଟି ତରଫରୁ ତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଏହି କାଉଣ୍ଟ ବୋର୍ଡ ନିର୍ବାଚନରେ ୧୦ ଲକ୍ଷ ମତଦାତା ଭୋଟ ଦେବେ ବୋଲି ଜଣାପଡିଛି ।

ସୂଚନା ମୁତାବକ ସବା ହାଇଦର ୨୦୦୭ ମସିହାରେ ନିଜ ସ୍ୱାମୀଙ୍କ ସହ ଏକ କମ୍ପାନୀ ପ୍ରୋଜେକ୍ଟରେ କାମ କରିବାକୁ ଆମେରିକା ଯାଇଥିଲେ । ଏହାପରେ ସେଠାରେ ସେ ଜଣେ ଜବ୍ କନସଲେଣ୍ଟ ଭାବେ କାମ କରିବା ଆରମ୍ଭ କରିଦେଇଥିଲେ । ଏହାସହ ୧୦ ବର୍ଷ ହେବ ସେ ଜଣେ ଯୋଗ ପ୍ରଶିକ୍ଷକ ଭାବେ ସେଠାରେ କାର୍ଯ୍ୟ କରୁଛନ୍ତି । ଏହାସହ ସେଠାରେ ଜଣେ ସାମାଜିକ କର୍ମକର୍ତ୍ତା ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି ।

ସେପଟେ ଏହି ନିର୍ବାଚନରେ ଯଦି ସବା ହାଇଦର ବିଜୟୀ ହେଉଛନ୍ତି ତେବେ ସେ ରାଜ୍ୟସ୍ତରୀୟ ପ୍ରବନ୍ଧ ମଣ୍ଡଳର ସଦସ୍ୟ ହୋଇଯିବେ । କରୋନା ସମୟରେ ସବା ହାଇଦର ଯେଭଳି ଭାବେ କାମ କରିଥିଲେ ତାହାକୁ ନଜରରେ ରଖି ଡେମୋକ୍ରାଟିକ ପାର୍ଟି ତରଫରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା କୁହାଯାଉଛି ।