ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ : ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ; ବିଭିନ୍ନ ଦେଶର ପ୍ରତିନିଧି ସାମିଲ୍

124

କନକ ବ୍ୟୁରୋ : ଆଜିଠୁ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପର କର୍ମଶାଳା ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସିଏସଆଇଆର-ଆଇଆଇଏମଟିରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଫ୍ୟୁଚର ଅଫ ୱାର୍କ କ୍ଷେତ୍ରରେ ଜୀବନବ୍ୟାପି ଶିକ୍ଷା ଲାଗି ଦକ୍ଷତା ବିକାଶ ବିଷୟ ଉପରେ ଏହି ସେମିନାରରେ ଆଲୋଚନା ହେଉଛି ।

ତିନିଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୭ ରାଷ୍ଟ୍ରର ୬୩ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ଚକ୍ର ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା ପାଇଁ ବିଭିନ୍ନ ସୁଯୋଗ ସୃ୍ଷ୍ଟି କରିବ । ଏହି ଅବସରରେ ୩ଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନରେ ଭବିଷ୍ୟତର କାର୍ଯ୍ୟପଂଥା ସମ୍ପର୍କୀତ ଶ୍ରମ ବଜାର ଓ ଦକ୍ଷତା ବିକାଶ ନେଇ ଶିକ୍ଷାନୁଷ୍ଠାନକୁ ପ୍ରସ୍ତୁତ କରାଇବା ଉପରେ ଗୁରୁତ୍ୱ ଦିଆଯିବ ।