ସଂସଦରେ ସାଂସଦଙ୍କ ବିବୃତି ଉପରେ ଲାଗିବ କଟକଣା : କେଉଁ ଶବ୍ଦ ହେବନି ବ୍ୟବହାର ?

107

କନକ ବ୍ୟୁରୋ : ସଂସଦ ଭବନ ପାଇଁ ଏଣିକି ନୂଆ ନିୟମ ଲାଗୁ ହେବ । ଏଣିକି ଗୃହରେ ନିଜ କଥା ରଖିବା ସମୟରେ ଉଭୟ ଗୃହର ସାଂସଦଙ୍କୁ ଟିକେ ଯତ୍ନବାନ ହେବାକୁ ପଡିବ । କାରଣ ଏବେ କିଛି ନିଦ୍ଧିଷ୍ଟ ଶବ୍ଦ ଉପରେ ଲଗାଯାଇଛି କଟକଣା । ଆସନ୍ତେ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ପୂର୍ବରୁ ଏପରି ଏକ ସୂଚୀ ଜାରି କରାଯାଇଛି ।

ସଂସଦରେ ଶବ୍ଦ କଟକଣା

– ଅସଂସଦୀୟ ତାଲିକାରେ ଯୋଡି ହେଲା ନୂଆ ଶବ୍ଦ
– ଲୋକସଭା ସଚିବାଳୟ ଦ୍ୱାରା ଜାରି ହେଲା ପୁସ୍ତିକା
– ଜୁଲାଇ ୧୮ ମୌସୁମୀ ଅଧିବେଶନ ପୂର୍ବରୁ ପୁସ୍ତିକା ଜାରି
– ୪୦ଟି ଶବ୍ଦକୁ ଅନପାର୍ଲାମେଂଟାରୀ ଭାବେ ଚିହ୍ନିତ
– ଏପରି ଶବ୍ଦ ବ୍ୟବହାର କଲେ ରେକର୍ଡରୁ କାଟି ଦିଆଯିବ
– ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ନିଷ୍ପତି ନେବେ
– ଯେଉଁ ଶବ୍ଦକୁ ଅନପାର୍ଲାମେଂଟାରୀ କହିବେ, ତାହା ରେକର୍ଡରେ ସ୍ଥାନ ପାଇବ ନାହିଁ
– ନୂଆ ସୂଚୀରେ ୨୦୨୧ରେ ଜାରି ଅସଂସଦୀୟ ଶବ୍ଦ ମଧ୍ୟ ସ୍ଥାନ ପାଇଛି

କେଉଁ ଶବ୍ଦ ହେବନି ବ୍ୟବହାର ?

– ଜୁମଲାଜୀବୀ, ଦୁର୍ବ୍ୟବହାର, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ
– ନାଟକବାଜି, କପଟତା, ଅଯୋଗ୍ୟ, ଅପାରଗ
– ଅହଂକାର, କଳାଦିନ, ଦଲାଲ, ଦାଦାଗିରି
– ଲଲିପପ୍, ବିଶ୍ୱାସଘାତ, ମୂର୍ଖ, ଅରାଜକତାବାଦୀ
– ବିନାଶ ପୁରୁଷ, ଖଲିସ୍ତାନୀ, ବବକଟ୍
– ନିକମା, ନୌଟଙ୍କୀ, ଶକୁନୀ, ଅକ୍ଷମ, ଚମଚା

ବିରୋଧୀ ନେତାଙ୍କ ବିରୋଧ

– କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଭଳି କିଛି ବିରୋଧୀ ନେତା ବିରୋଧ କରିଛନ୍ତି
– କଂଗ୍ରେସ ନେତା ଜୟରାମ ରମେଶ ଏହାକୁ ବିରୋଧ କରିଛନ୍ତି
– ବିରୋଧୀ ସରକାରଙ୍କ ବାସ୍ତବତାକୁ ଯେଉଁ ଶବ୍ଦରେ ବର୍ଣ୍ଣନା କରନ୍ତି ତାହା ବ୍ୟାନ୍ ହୋଇଛି
– ଟିଏମ୍ସି ନେତା ଡେରେକ୍ ଓବ୍ରାଏନ୍ ମଧ୍ୟ ବିରୋଧ କରିଛନ୍ତି
– କିଛି ଶବ୍ଦକୁ ସେ ବ୍ୟବହାର କରିବେ ବୋଲି କହିଛନ୍ତି
– ସଂସଦରୁ ନିଲମ୍ବନ କଲେ ମଧ୍ୟ ଗଣତନ୍ତ୍ର ପାଇଁ ଲଢେଇ କରିବେ ବୋଲି କହିଛନ୍ତି

ବାଚସ୍ପତିଙ୍କ ସ୍ପଷ୍ଟୀକରଣ

– ବିବାଦ ସୃଷ୍ଟି ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ବାଚସ୍ପତି
– କୌଣସି ଭାଷାକୁ ଲୋକସଭା ଓ ରାଜ୍ୟସଭାରେ ନିଷିଦ୍ଧ କରାଯାଇନି
– ଯାହା ସଂସଦୀୟ ରେକର୍ଡରୁ ବାଦ୍ ଦିଆଯାଏ, ସେହି ଶବ୍ଦ ପ୍ରକାଶ ପାଇଛି
– ୧୯୫୯ରୁ ଏହା ଏକ ପରମ୍ପରାରେ ପରିଣତ ହୋଇଛି
– କିଛି ଶବ୍ଦକୁ ରେକର୍ଡରୁ ବାଦ୍ ଦିଆଯାଏ, କିନ୍ତୁ କୌଣସି ଶବ୍ଦ ନିଷିଦ୍ଧ ନୁହେଁ
– ସମସ୍ତେ ସ୍ୱାଧୀନଭାବେ ନିଜର ମତ ପ୍ରକାଶ କରିବା ପାଇଁ ମୁକ୍ତ