ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ମାମଲା । କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା

118

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ମାମଲା । କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା । ପ୍ରଲୋଭନରେ ଆସି ପ୍ରଶ୍ନପତ୍ର ଲିକ୍ କରିଥାଇ ପାରନ୍ତି । ବିଶ୍ୱବିଦ୍ୟାଳୟକୁ ସମ୍ପୃକ୍ତ ପ୍ରଫେସରଙ୍କୁ ଡକାଯାଇଛି ।

କେବଳ ସେତିକି ନୁହେଁ କଲେଜ ପ୍ରିନ୍ସପାଲଙ୍କୁ ମଧ୍ୟ ଡକାଯାଇଥିବା ଜଣାପଡିଛି । ପୂରା ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି । ଖାଲି ସେତିକି ନୁହେଁ ଏଫଆଇଆର୍ ଦିଆଯିବା ସହ ସାଇବର ଥାନାକୁ ମଧ୍ୟ ଏ ସମ୍ପର୍କରେ ଜଣାଯାଇଛି । ଆଗାମୀ ପରୀକ୍ଷା ନୂଆ ପ୍ରଶ୍ନପତ୍ର ସହ ଅନୁଷ୍ଠିତ ହେବ । ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ସୂଚନା ଦେଇଛନ୍ତି ।

ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ ହୋଇଛି । ଦୁଇଦିନ ତଳେ ଫିଜିକ୍ସ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ବୋଲି ଜଣାପଡିବା ପରେ ଆଜି ନିର୍ଦ୍ଧାରିତ ସମୟ ୧୦ଟାରେ ହେବାକୁ ଥିବା ଫିଜକ୍ସ ପରୀକ୍ଷା ବାତିଲ କରାଯାଇଛି । ଏପଟେ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୨୦ ତାରିଖରେ ହେବ ।

ଅଧିକ ଅର୍ଥ ଲୋଭ ପାଇଁ ଏଭଳି ପ୍ରଶପତ୍ର ଲିକ କରାଯାଇଛି କି ? ଗତକାଲି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଥିଲା । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶଥିଲା ଅରଜିନାଲ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପେପର ଲିକ୍ ହୋଇଥିବା ନେଇ ସ୍ୱୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ ।