ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ : ୯୫ ବର୍ଷରେ ଆଖିବୁଜିଲେ ଦୟାନିଧି ନାୟକ

410

କନକ ବ୍ୟୁରୋ : ଆଖିବୁଜିଲେ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ୍ ଅଧିନରେ ଥିବା ପାଣିମୋରା ଗାଆଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ଆଜି ସକାଳ ସାଢ଼େ ୭ଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିବା ଜଣାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର କନ୍ୟା ସ୍ୱରୂପା ନାୟକ ଉପସ୍ଥିତ ଥିବା ଜଣାଯାଇ ଛି।

ଆଜି ବରଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ଦୟାନିଧି ନାୟକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ପ୍ରାୟ ଏକ ମାସ ହେବ ଅସୁସ୍ଥ ଥିଲେ। ଆଗରୁ ତାଙ୍କର ସ୍ୱର୍ଗତ ପତ୍ନୀ ଇହଧାମ ଛାଡ଼ି ଚାଲିଯାଇଥିଲେ । ସ୍ୱର୍ଗତ ଦୟାନିଧି ନାୟକ ବରଗଡ଼ ଜିଲ୍ଲାରେ ଗାନ୍ଧୀବାଦର ବ୍ୟାପକ ପ୍ରଚାର ପ୍ରସାର କରିଥିଲେ । ଦୟାନିଧି ସର୍ବଦା ଗାନ୍ଧୀ ଟୋପି ପିନ୍ଧୁଥିଲେ। ସରକାର ତାଙ୍କୁ ମାସିକ ୩୫ ହଜାର ଟଙ୍କର ପେନସନ୍ ବ୍ୟବସ୍ଥା କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ବିୟୋଗରେ କେବଳ ବରଗଡ଼ ଜିଲ୍ଲାରେ ନୁହେଁ ,ବରଂ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।