କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଟୁଇଷ୍ଟ: ସୋନିଆ-ରାହୁଲ କମିଟିରୁ ହେଲେ ବାହାର; ସଭାପତି ଚୟନ ପ୍ରକିୟାରେ ହେବେ ନାହିଁ ସାମିଲ

496

କନକ ବ୍ୟୁରୋ: କିଏ ହେବ କଂଗ୍ରେସ ସଭାପତି । ଏନେଇ ଚର୍ଚ୍ଚା ଓ ଆକଳନ ଜାରି ରହିଥିବା ବେଳେ ଆଜି ବସିଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ । ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ବିଷୟରେ ମାନସମନ୍ଥନ ଚାଲିଛି ।  ତାଜା ସୂଚନାନୁସାରେ ସଭାପତି ପାଇଁ ଦଳ ବିଭିନ୍ନ କ୍ଷେତ୍ରର ନେତାଙ୍କ ପରାର୍ମଶ ଲୋଡିଛି ।

ଏହା ପାଇଁ ୫ଟି ଟିମ ଗଠନ କରାଯାଇଛି । ଦ୍ୱିତୀୟ ଥର ପାଇଁ ବସିବ କାର୍ଯ୍ୟକାରୀଣି ବୈଠକ ଓ ଏଥିରେ ପରାର୍ମଶ ଉପରେ ବିଚାରବିର୍ମଶ କରାଯାଇଛି ସଭାପତି ଚୟନ କରିବା ପାଇଁ ଦଳ ନିଷ୍ପତି ନେବ । ତେବେ ବୈଠକ ପରେ ସୋନିଆ ଗାନ୍ଧୀ କହିଛନ୍ତି କି, ଚୟନ ପ୍ରକିୟାରେ ସେ କିମ୍ବା ରାହୁଲ ସାମିଲ ହେବେନି । ଚୟନ କମିଟି ତାଙ୍କୁ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ସୋନିଆ ଅପିଲ କରିଛନ୍ତି । ଅନ୍ୟପଟେ ରାହୁଲ ମଧ୍ୟ ନିଜର ସମାନ ବୟାନ  ଜାରି କରିଛନ୍ତି ।

ତେବେ କଂଗ୍ରେସ ନୂଆ ସଭାପତି ଦୌଡରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ସଭାପତି ବହୁ ଆଗରେ ଅଛନ୍ତି । ଏହାସହ ସୁଶୀଲ କୁମାର ସିନ୍ଦେ, ମଲିକାର୍ଜୁନ ଖାଡ଼ଗେ ଓ କେସି ଭେନୁଗୋପାଳଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୁକୁଲ ୱାସନିକ ପରବର୍ତୀ ସଭାପତି ହେବା ନେଇ ରାହୁଲ ମଧ୍ୟ ସମର୍ଥନ କରୁଥିବା ସୂଚନା ମିଳିଛି। ସାଧାରଣ ନିର୍ବାଚନରେ ପରାଜୟ ପରେ ମେ ୨୫ରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ସେପଟେ ଜଣେ ଯୁବନେତାଙ୍କୁ ଦଳର କମାଣ ହସ୍ତାନ୍ତର ହେବା ନେଇ ଦାବି ବଢ଼ିଛି । ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କହିଥିଲେ ଯେ, ଜଣେ ଯୁବନେତାଙ୍କୁ ସଭାପତି କରାଗଲେ, ଦଳ ଲୋକଙ୍କ ଭରସା ଜିତିବାରେ ସଫଳ ହେବ ।