ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ।

259

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଲେ । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି । ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱାଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ ଅଣାଯାଇଛି । ଏହି ଜୀବମାନଙ୍କୁ ସ୍ୱାସ୍ଥ୍ୟ ନିରୀକ୍ଷଣ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଛି ।