ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୪ ଜଣ । କୌଣସି କାରଣରୁ ମାନସିକ ବିଷାଦରେ ଥିବା ସୂଚନା ।

288

କନକ ବ୍ୟୁରୋ: ବିଷ ପିଇ ଜୀବନ ହାରିଛନ୍ତି ଗୋଟିଏ ପରିବାରର ୪ଜଣ । ହାଇଦ୍ରାବାଦ କୁଶାଇଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଅଛନ୍ତି ପତି, ପତ୍ନୀ ଓ ତାଙ୍କର ୨ ଶିଶୁ । ପ୍ରଥମେ ପିଲାଙ୍କୁ ବିଷ ଦେଇ ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପୁଲିସ ପ୍ରାଥମିକ ତଦନ୍ତ ଅନୁସାରେ, ଉଭୟ ଶିଶୁ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିଲେ । ଏହାକୁ ନେଇ ବାପା, ମା’ ଉଭୟେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଏଥିରେ ଅତିଷ୍ଠ ହୋଇ ଉଭୟେ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।