କଂଗ୍ରେସରୁ ବିଜେପିକୁ ଆସିଥିବା ଚର୍ଚ୍ଚିତ ଚେହେରାଙ୍କୁ ମିଳିଲା ଗୁରୁଦାୟିତ୍ୱ । ଜୟବୀର ସେରଗିଲ ହେଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର

177

କନକ ବ୍ୟୁରୋ : କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜୟବୀର ଶେରଗିଲଙ୍କୁ ମିଲିଲା ବଡ଼ ଦାୟିତ୍ୱ । କଂଗ୍ରେସ ଛାଡ଼ିବାର ତିନିମାସ ପରେ ଜୟବୀର ଶେରଗିଲ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛି । ସେହିପରି ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଂଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଜାଖରଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଏବଂ ଉତରପ୍ରଦେଶ ବିଜେପି ଅଧ୍ୟକ୍ଷ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି । ସେହିପରି ଉତରାଖଣ୍ଡ ବିଜେପିର ପୂର୍ବତନ ସଭାପତି ମଦନ କୈାଶିକ, ଛତିଶଗଡ଼ ବିଜେପିର ପୂର୍ବତନ ସଭାପତି ବିଷ୍ଣୁଦେବ ସାୟ ଏବଂ ପଂଜାବ ବିଜେପିର ପୂର୍ବତନ ସଭାପତି ମନୋରଂଜନ କାଳିଆଙ୍କୁ ଜାତୀୟ କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଦଳରୁ ଇସ୍ତଫାବେଳେ ଜୟବୀର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ଗଭୀର ଅଭିଯୋଗ ଆଣିଥିଲେ । ଜୟବୀର କଂଗ୍ରେସର ସର୍ବ କନିଷ୍ଠ ଜାତୀୟ ମୁଖପାତ୍ର ଥିଲେ । ସେହିପରି ଅମରିନ୍ଦର ସିଂ ଗତ ବର୍ଷ ନଭେମ୍ବରରେ କଂଗ୍ରେସର ଇସ୍ତଫା ଦେଇଥିଲେ । ଏବଂ ମେ ମାସରେ ସୁନୀଲ ଜାଖର ଦଳ ଛାଡ଼ିଥିଲେ ।