୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ କମ୍ପୁଛି ଗୁଜରାଟ । ମଂଚ ଉପରୁ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

87

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନର ତାତି ଭିତରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ବୟାନବାଜୀ । କଂଗ୍ରେସକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଇଭିଏମରେ ତ୍ରୁଟି ବାହାର କରିବା ଓ ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବା କଂଗ୍ରେସର ଦୁଇଟି ପ୍ରମୁଖ କାମ । ଦେଶର ପ୍ରଧାନମନ୍ତ୍ରୀଙ୍କ ଅପମାନ କରି କଂଗ୍ରେସ କେବଳ ଜଣେ ନେତାଙ୍କ ନୁହେଁ ବଂର ଗୁଜରାଟର ଅପମାନ କରୁଥିବା ସେ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି କି କଂଗ୍ରେସ ଦେଶରୁ ଗରିବୀ ହଟାଇଥିବା, ଶୌଚାଳୟ ନିର୍ମାଣ କରିଥିବା, ସମସ୍ତଙ୍କ ବ୍ୟାଙ୍କ ଖୋଲଥିବା କହୁଛି । ପ୍ରକୃତରେ ସେଗୁଡିକୁ ସବୁ କଂଗ୍ରେସ ନୁହେଁ ବିଜେପି କରିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଖଡ଼ଗେ କହିଛନ୍ତି ପ୍ରତିଦିନ ମୋଦି କଂଗ୍ରେସକୁ ୪ କ୍ୱୁଇଂଟାଲ ଗାଳି କରୁଛନ୍ତି । ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଅପମାନ ଦେବାକୁ ପଛାଉ ନାହାଁନ୍ତି । ଯେଉଁ ସବୁ କଂଗ୍ରେସ ସରକାର ସମୟରେ ଗଠନ କରାଯାଇଥିଲା ସେହି ସବୁ ସରକାର ସମ୍ପତି ମୋଦି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଖଡ଼ଗେ ।