ବାଜପେୟୀଙ୍କୁ ମୁଖାଗ୍ନି ଦେଇଥିବା ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟଙ୍କ ଅସଲ ପରିଚୟ କ’ଣ ? ଜାଣିଛନ୍ତି କି ?

177

ଭାରତ ରତ୍ନ ତଥା ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥୀବ ଶରୀରକୁ ତାଙ୍କ ପାଳିତ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ପିତାଙ୍କ ଶେଷ ମୁହୂର୍ତ୍ତରେ ନମିତାଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ । ଜନତାଙ୍କ ହୃଦୟରେ ନିଜ ପାଇଁ ଶ୍ରେଷ୍ଠ ସ୍ଥାନ ପ୍ରସ୍ତୁତ କରିଥିବା ବାଜପେୟୀଙ୍କ ଜୀବନ ଏକ ଖୋଲା ବହି ହୋଇଥିଲେ ଏଭଳି ବହୁ ଗୁପ୍ତ କଥା ଥିଲା ଯାହା ଖୁବ୍ କମ୍ ଲୋକ ହିଁ ଜାଣିଥିବେ । ତେବେ କିଏ ନମିତା ଭଟ୍ଟାଚାର୍ଯ୍ୟ ଜାଣିବାକୁ ଆପଣ ମଧ୍ୟ ବିବ୍ରତ ହୋଇପଡିବେଣି । ତେବେ ନମିତା ହେଉଛନ୍ତି ବାଜପେୟୀଙ୍କ ପାଳିତ କନ୍ୟା ।

ବାଜପେୟୀ ଜୀ ଙ୍କ ପୈତୃକ ଗାଁ ଉତ୍ତରପ୍ରଦେଶର ବଟେଶ୍ୱର ଥିଲା । ତାଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରରେ ହୋଇଥିଲା । ସେଠାରେ ସେ ଭିକ୍ଟୋରିଆ କଲେଜରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ । ବାଜପେୟୀଙ୍କ ଜୀବନୀ ରାଜନୀତି,କବିତା ଏବଂ ପ୍ରକୃତି ମଧ୍ୟରେ ସୀମିତ ଥିଲା । ତେବେ ଅଟଳ ଜୀଙ୍କ ଜୀବନୀକୁ ନେଇ ଏକ ବଡ ପ୍ରଶ୍ନ ଉଠେ ଯାହାର ଉତ୍ତର ଏ ପର୍ଯ୍ୟନ୍ତ କାହାରିକୁ ଜଣାନଥିବ । ପ୍ରଶ୍ନ ଉଠେ ଯେ ଅଟଳ ଜୀ ନିଜ ଜୀବନ କାଳ ମଧ୍ୟରେ କାହିଁକି ବିବାହ କରିନଥିଲେ? ଯେତେବେଳେ ସଦନରେ ଅବିବାହିତ ଥିବା ନେଇ ବିପକ୍ଷ ତାଙ୍କୁ ପ୍ରଶ୍ନ ପଚାରିଥିଲେ ସେ ସଚ୍ଚୋଟତାର ସହ ଉତ୍ତର ଦେଇଥିଲେ, ‘ମୁଁ ଅବିବାହିତ ଅଟେ,କିନ୍ତୁ କୁମାର ନୁହେଁ ।’

ତେବେ ଅଟଳ ଜୀଙ୍କୁ ଯେତେବେଳେ ନିଜ ବିବାହକୁ ନେଇ ପ୍ରଶ୍ନ ପଚରାଯାଉଥିଲା ସେ ବହୁତ ଶାନ୍ତି ଏବଂ ସଂଜମତା ସହ କହୁଥିଲେ, ‘ବ୍ୟସ୍ତତା କାରଣରୁ ବିବାହ କରିବା ସମ୍ଭବ ହୋଇପାରିଲା ନାହିଁ ।’ ହଁ ଏହା ସତ ଯେ ଏହି ପ୍ରଶ୍ନର ଉତ୍ତର ଦେଲାବେଳେ ସେ ସ୍ମିତହାସ୍ୟ ଦେଇ ମୁଣ୍ଡ ପୋତି ଦେଉଥିଲେ । ତାଙ୍କ ସଂପର୍କୀୟଙ୍କ କହିବାନୁସାରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପାଇଁ ଆଜୀବନ ଅବିବାହିତ ରହିବା ପାଇଁ ନିର୍ଣ୍ଣୟ ନେଇଥିଲେ ।

କଲେଜରେ ପାଠ ପଢୁଥିବା ସମୟରେ ଅଟଳ ଜୀଙ୍କ ଜଣେ ମହିଳା ମିତ୍ର ଥିଲେ । ଯିଏ ଶେଷ ସମୟରେ ମଧ୍ୟ ତାଙ୍କ ସହ ଥିଲେ । ଯାହାଙ୍କ ନାଁ ଥିଲା ରାଜକୁମାରୀ କୋଲ୍ । ତେବେ ଦୁହେଁ ଗ୍ୱାଲିୟରର ଭିକ୍ଟୋରିଆ କଲେଜ(ଲକ୍ଷ୍ମୀବାଇ କଲେଜ)ରେ ସହପାଠୀ ଥିଲେ । ଅଟଳ ଜୀଙ୍କ ଜୀବନୀ ଉପରେ ଲେଖାଥିବା ପୁୂସ୍ତକ ‘ଅଟଳ ବିହାରୀ ବାଜପେୟୀ : ଏ ମ୍ୟାନ୍ ଅଫ୍ ଅଲ୍ ସିଜନସ୍’ ରେ ଏହି ଘଟଣାର ବର୍ଣ୍ଣନା ରହିଛି । କିଛି ସମୟ ପରେ ଅଟଳ ଜୀ ରାଜନୀତିରେ ସକ୍ରିୟ ହୋଇଗଲେ ଏବଂ ଏହି ସମୟରେ ମିସେଜ୍ କୋଲଙ୍କ ବିବାହ ପିତା କଲେଜର ଜଣେ ପ୍ରଫେସର ବ୍ରିଜ୍ ନାରାୟଣ କୋଲଙ୍କ ସହ କରାଇ ଦେଇଥିଲେ । ତେବେ ଅଟଳ ଜୀ ଏବଂ ମିସେଜ୍ କୋଲଙ୍କୁ ନେଇ ଏହାପରେ କେବେ କିଛି ଚର୍ଚ୍ଚା ହୋଇନଥିଲା ।

ତେବେ ରାଜକୁମାରୀ କୋଲ ୮୦ ଦଶକରେ ଏକ ମ୍ୟାଗେଜିନ୍ ସାକ୍ଷାତକାରରେ କହିଥିଲେ ଯେ, ‘ଅଟଳଙ୍କ ସହ ମୋର ସଂପର୍କକୁ ନେଇ ମୋତେ ମୋ ସ୍ୱାମୀଙ୍କୁ କେବେ ବି ସ୍ପଷ୍ଟୀକରଣ ଦେବାକୁ ପଡିନି ଏବଂ ଆମ ସଂପର୍କର ସେତୁ ଖୁବ୍ ମଜବୁତ ।’ ତେବେ ଅଟଳ ଜୀ ଯେବେ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ରାଜକୁମାରୀ କୋଲ ନିଜ ଝିଅ ନମିତା ଏବଂ ଜ୍ୱାଇଁ ରଂଜନଙ୍କ ସହ ରହୁଥିଲେ । ସେହି ସମୟରେ ଅଟଳ ଜୀ ନମିତାଙ୍କୁ ନିଜ ପାଳିତା କନ୍ୟାର ସ୍ଥାନ ଦେଇଥିଲେ ।