ଗରିବଙ୍କ ଚାଉଳ ହରିଲୁଟ୍ ଅଭିଯୋଗ । ଅସାଧୁ ରିଟେଲରଙ୍କୁ କଲେ ଦାୟୀ ,୬ ବର୍ଷ ହେଲା ଚାଉଳ ହଡପ ହେଉଥିବା ଅଭିଯୋଗ ଅଣିଲେ ବାଲେଶ୍ୱର ଜାଠିଆ ଗ୍ରାମର ଲୋକ

123

କନକ ବ୍ୟୁରୋ : ହିତାଧିକାରୀଙ୍କ ରାଶନ ଚାଉଳ ହଡପ କରୁଛନ୍ତି ରିଟେଲର । ୬ ବର୍ଷରେ ହିତାଧୀକାରୀଙ୍କ ୫ ଶହ କୁଇଂଟାଲରୁ ଅଧିକ ଚାଉଳ କରିଛନ୍ତି ହଡପ କରିଥିବା ଅଭଯୋଗ । ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ଅନ୍ନପର୍ଣ୍ଣା ଯୋଜନାର ଚାଉଳକୁ ହଡପ କର ଥିବା ଅଭିଯୋଗ ହୋଇଛି । ଏହି ଅନ୍ନପୁର୍ଣ୍ଣା ଯୋଜନାରେ ଆସୁଥିବା ୩୫ କେଜି ଚାଉଳରୁ ହିତାଧିକାରୀଙ୍କୁ ଦେଉଛନ୍ତି ମାତ୍ର ୫ କେଜି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଜାଠିଆ ଗ୍ରାମର ରିଟେଲରଙ୍କ ନାଁରେ ଆସିଛି ଏହି ସାଂଘାତିକ ଅଭିଯୋଗ । ଅସାଧୁ ରିଟେଲର ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ୫ ରୁ ୧୦ କେଜି ଚାଉଳ ଦେଇ ଅବଶିଷ୍ଟ ଚାଉଳ ହଡପ କରୁଥିବା ନଜରକୁ ଆସିଛି । ପରିବାର ସଦସ୍ୟଙ୍କ ମୁଣ୍ଡପିଛା ୫ କେଜି ଚାଉଳ ଦେଇ ଅବଶିଷ୍ଟ ଚାଉଳକୁ ହଡପ କରୁଛନ୍ତି । ୨୦୧୮ ମସିହାରୁ ଏହି ଚାଉଳ ହଡପ ହୋଇଚାଲିଥିବା ଅଭିଯୋଗ ହୋଇଛି ।

୬ ବର୍ଷ ଭିତରେ ସେ ୪୦ ଜଣ ହିତାଧିକାରୀଙ୍କ ଠାରୁ ୫ ଶହ କୁଇଂଟ।ଲରୁ ଅଧିକ ଚାଉଳ ହଡପ କରିଥିବା ଅନୁମାନ କରାଯାଉଛି । ଗତ ୨ ମାସ ତଳେ ଯୋଗଣ ବିଭାଗ ପକ୍ଷରୁ ହିତାଧୀକାରୀ ମାନଙ୍କୁ ସହାୟତା ଦିଆଯିବା ସମୟରେ ୪୦ ହିତାଧିକାରୀଙ୍କ ନାମ ସାଧାରଣ ଖାଉଟିି ଖାତାରେ ନଥିବାରୁ ଘଟଣା ସାମ୍ନାକୁ ଆସିଥିଲା ।

ହୀତାଧିକାରୀ ମାନଙ୍କ ୬ ବର୍ଷର ଅବଶିଷ୍ଟ ଚାଉଳ ପ୍ରଦାନ ସହିତ ଅଭିଯୁକ୍ତ ରିଟେଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସାନ ଗ୍ରହଣ କରିବେ ବୋଲି କହିଛନ୍ତି ଯୋଗଣ ଅଧିକାରୀ