ଜୟପୁରରେ ଭାଲୁ ଆତଙ୍କ । ଗାଁ ଗାଁ ବୁଲି ସଚେତନ କଲା ବନବିଭାଗ, ରାତିରେ ଏକାକୀ ଘରୁ ନ ବାହାରିବାକୁ ପରାମର୍ଶ ।

106

କନକ ବ୍ୟୁରୋ : ଖବର ବାଜିଲା ବନବିଭାଗ ଚେତିଲା । ଆତଙ୍କ ଖେଳାଉଥିବା ଗାଁ ଗୁଡ଼ିକରେ ମାଇକ ଯୋଗେ ରାତି ଅଧିଆ ସଚେତନ କରାଇଲେ ବନବିଭାଗ । ଭାଲୁ ଚଳାଚଳ କରୁଥିବା ରାସ୍ତା ଓ ଜଙ୍ଗଲ ସମ୍ମୁଖକୁ ଯାଇ ଭାଲୁକୁ ଠାବ କରିବା ପାଇଁ ଚେଷ୍ଟା କରୁଛି ବନବିଭାଗ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସରଞ୍ଜାମ ନେଇ କାଲି ରାତିରେ ଜୟପୁରର ହାଡ଼ିଆ, ସିନ୍ଧି ଗାଁରେ ପଇଁତରା ମାରୁଛନ୍ତି ।

ଭାଲୁର ଗତିବିଧିକୁ ଠାବ କରିବା ପାଇଁ ବନ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଗାଁର ସରପଞ୍ଚ ଓ ଖବର ଦାତାଙ୍କୁ ଭାଲୁ ବୁଲୁଥିଲେ ଜଣାଇବାକୁ କହିଛନ୍ତି ବନବିଭାଗ । ଗତ କିଛି ଦିନ ହେବ ଭାଲୁ ପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ ।