କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା ଦେଇ ବାହାର କରିଦେଲେ ପିଏସଓ ।

173

କନକ ବ୍ୟୁରୋ: ଜନଶୁଣାଣିରେ କଥା କଟାକଟି ପରେ ସମିତି ସଭ୍ୟଙ୍କୁ ପିଏସଓ ଲଗାଇ ସଭାରୁ ବାହାର କରିଦେଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ପଞ୍ଜିକୃତ ଅଭିଯୋଗର କାର୍ଯ୍ୟକାରିତା ହେଉନଥିବା ଅଭିଯୋଗ ଆଣିଥିଲେ ଟିକରପଡା ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲ । ଏହାକୁ ନେଇ ସମିିତି ସଭ୍ୟ ଉର୍ଦ୍ଧବ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ହୋଇ ଉତେଜନା ବଢିଥିଲା । ପରିସ୍ଥିତି ଅଣାୟତ ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପସ୍ଥିତ ପିଏସଓ ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲଙ୍କୁ ଭିଡି ନେଇ ସଭାରୁ ବାହାର କରିଦେଇଥିଲେ । ଅନ୍ୟପଟେ ସମିତି ସଭ୍ୟ କହିଛନ୍ତି ଟିକପଡା ଗାଁକୁ ଭଲ ରାସ୍ତାଖଣ୍ଡେ ତିଆରି କରିବାକୁ ସେ ଆଗରୁ ତିନି ଥର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ । ହେଲେ କୌଣସି ସମାଧାନ ହେଉନଥିବାରୁ ଜନଶୁଣାଣିରେ ପ୍ରଶ୍ନ କରିବାରୁ ଜିଲ୍ଲାପାଳ ରାଗିଯାଅ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।