ଆମ ଲୋକ ସାହାଯ୍ୟ ମାଗୁଛନ୍ତି. ଅନ୍ୟ ଦେଶର ଲୋକେ ହସ୍ତକ୍ଷେପ କରୁଛନ୍ତି… ରାହୁଲଙ୍କୁ ଟାର୍ଗେଟ କଲେ ଜୟଶଙ୍କର

181

କନକ ବ୍ୟୁରୋ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦେଶର ରାଜନୀତି ବାବଦରେ ବିଦେଶୀ ହସ୍ତକ୍ଷେପ ଉପରେ ମତ ରଖିଛନ୍ତି । ଶୁକ୍ରବାର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ ବେଳେ ସେ ନିଜର ମତ ରଖିଛନ୍ତି । ଏଠାରେ ସେ ଇସାରା ଇସାରରେ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶ ଭିତରର ଲୋକ ଏଠାକାର ରାଜନୀତି ବାବଦରେ ବାହାରେ ଚର୍ଚ୍ଚା କରୁଛନ୍ତି । ସେହିଭଳି ବାହାରର ଲୋକମାନେ ମଧ୍ୟ ଆମଦେଶର ରାଜନୀତିରେ ଦଖଲ ଅନ୍ଦାଜ କରୁଛନ୍ତି । ଆଜିକାଲି ସେ ଏହିଭଳି ଘଟଣା ଅନେକ ସଂଖ୍ୟାରେ ଦେଖୁଛନ୍ତି ।

ଜୟଶଙ୍କର ନିଜ ମତ ରଖିବା ବେଳେ ଅର୍ନ୍ତରାଷ୍ଟ୍ରୀୟ ଦଖଲ ଅନ୍ଦାଜକୁ ନେଇ କହିଛନ୍ତି ୨୦୧୪ ପୂର୍ବରୁ ସାରା ବିଶ୍ୱ ଠିକ ଥିଲା । ତେବେ ୨୦୧୪ ପରେ ସବୁକିଛି ବଦଳିଯାଇଛି । ଲୋକଙ୍କ ଆମ ଉପରେ ଥିବା ନଜର ବଦଳିଛି । ପୂର୍ବରୁ ଯେଉଁମାନେ ଆମ ଉପରେ ବିଶ୍ୱାସ କରୁନଥିଲେ ବର୍ତ୍ତମାନ ସେମାନେ ବିଶ୍ୱାସ କରିବା ଆରମ୍ଭ କରିଦେଇଛନ୍ତି । ତେବେ ହଠାତ କିଛି ଜଣ କହୁଛନ୍ତି ଯେ ସବୁ କିଛି ଭୁଲ ଚାଲିଛି ।