ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ ଅମିତ୍ ଶାହା

60

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛିି ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳୁଛି । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ ନିର୍ବାଚନ ରାଲିରେ ବିଜେପି ଉପରେ ହମଲା କରିଛନ୍ତି । କେନ୍ଦ୍ରର ବିଜେପି ସରକାର କେବଳ ବଡ଼ ବଡ଼ ଶିଳ୍ପପତିଙ୍କ ସ୍ୱାର୍ଥରେ କାମ କରୁଥିବା ବେଳେ ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତିି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ସେପଟେ ତେଲେଙ୍ଗାନାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗସ୍ତର ତୃତୀୟ ଦିନରେ ବସ ରାଲି ମାଧ୍ୟମରେ କର୍ମୀଙ୍କ ମଧ୍ୟରେ ଯୋଶ ଭରିଛନ୍ତି । ବିଜେପି ବିରୋଧରେ ଲଢୁଥିବାରୁ ମୋ ବିରୋଧରେ ମାଳମାଳ ମାମଲା ଦାୟର କରାଯାଉଛି । ସତ କହିଲେ ମୋ ସାଂସଦ ପଦ ରଦ୍ଦ କରାଯିବା ସହିତ ସରକାରୀ ବଙ୍ଗଳା ଛଡାଇ ନିଆଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଛତିଶଗଡ ନିର୍ବାଚନ ରାଲିରେ ନକ୍ସଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । କଂଗ୍ରେସ ସରକାର ବିଗତ ୫ବର୍ଷରେ ରାଜ୍ୟବାସୀଙ୍କ ପାଇଁ କିଛି ବି କରିନଥିବା ବେଳେ ରାଜ୍ୟରେ ନକ୍ସଲ ହିଂସା ବୃଦ୍ଧି ପାଇଥିବା ଅମିତ୍ ଶାହ କହିଛନ୍ତି ।