ଫୁଲୁଛି ୪ ନଦୀ : ଜାଣନ୍ତୁ କେଉଁଠି କେତେ ରହିଛି ଜଳସ୍ତର ?

224

କନକ ବ୍ୟୁରୋ : ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର । ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର, ଜଳସ୍ତର ୨୭.୧୫ ମି । ସେହିପରି ଆଳିପିଙ୍ଗଳରେ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ନିମାପଡାରେ କୁଶଭଦ୍ରା ନଦୀର ଜଳସ୍ତର ବଢୁଛି ।

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର । ବର୍ତ୍ତମାନ ଜଳସ୍ତର ୧୮.୩୦ ମିଟର ରହିଛି । ସେପଟେ, ମୁଣ୍ଡଳିରେ ବିପଦ ସଙ୍କେତ ଟପିଲା ମହାନଦୀ ଜଳସ୍ତର । ବିପଦ ସଙ୍କେତ ୯୭.୨୭ ଫୁଟ, ଜଳସ୍ତର ୯୭.୩୦ ଫୁଟ । ମୁଣ୍ଡଳିରେ ୧୧ଲକ୍ଷ ୬୦ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ।