ବନ୍ୟା ପାଇଁ ଓଡ଼ିଶାକୁ ଦୋଷ ଦେଲା ଛତିଶଗଡ଼ : ଜଳ ନିଷ୍କାସନ କରୁନଥିବାରୁ ବନ୍ୟାସ୍ଥିତି ଉପୁଜିଥିବା ଅଭିଯୋଗ

239

କନକ ବ୍ୟୁରୋ : ବନ୍ୟା ପାଇଁ ଓଡ଼ିଶାକୁ ଦୋଷ ଦେଲା ଛତିଶଗଡ଼ । ଓଡ଼ିଶା ହୀରାକୁଦ ଡ୍ୟାମରୁ ଆବଶ୍ୟକ ଜଳ ନିଷ୍କାସନ କରୁନଥିବାରୁ ବନ୍ୟାସ୍ଥିତି ଉପୁଜିଥିବା ଅଭିଯୋଗ କଲା ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଏକ ବୁଲେଟିନ୍ ଜାରି ହୋଇଛି । ଯେଉଁଥିରେ ଏନେଇ ଅଭିଯୋଗ କରାଯାଇଛି । କୁହାଯାଇଛି ହୀରାକୁଦ ଜଳଧାରଣ କ୍ଷମତାରୁ ଛଡ଼ା ଯାଉଛି ମାତ୍ର ଅଧାପାଣି ।

ବର୍ତ୍ତମାନ ସୁଧା ପ୍ରାୟ ୪ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଛି । ଏହା ଦ୍ୱାରା ଛତିଶଗଡ଼ରେ ଜାଞ୍ଜଗିରି ଚାମ୍ପା ଓ ରାୟଗଡ଼ରେ ବନ୍ୟାସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏନେଇ ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଏହା ପରେ ହୀରାକୁଦରୁ ପାଣି ଛଡ଼ାଯିବା ନେଇ ସହମତି ପ୍ରକାଶ କରିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।