ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ବନ୍ୟା ପ୍ରଳୟ । ବନ୍ୟା ବିତ୍ପାତରେ ଆସାମରେ ଅସ୍ଥିରତା । ଉତ୍ତରାଖଣ୍ଡ, ହିମାଚଳ ଓ ଜମ୍ମୁକଶ୍ମୀରରେ ବର୍ଷା ସାଙ୍ଗକୁ ଭୁସ୍ଖଳନ ।

195

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ପ୍ରଳୟଙ୍କାରୀ ବନ୍ୟା । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଲକ୍ଷ ଲକ୍ଷ ଲୋକେ ବନ୍ୟାଘେରରେ ଜୀବନଯାପନ କରୁଛନ୍ତି । ଆସାମ, ହିମାଚଳପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂସ୍ଖଳନ ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ବହୁ ସଂଖ୍ୟକ ଯାନବାହାନ ।

  • ନୟାନ୍ତ କଲାଣି ବନ୍ୟା
  • ବର୍ଷାରେ ଭାସୁଛି ବିଭିନ୍ନ ରାଜ୍ୟ
  • ଆସାମରେ ବନ୍ୟା ବିତ୍ପାତ
  • ହିମାଚଳ, ଉତ୍ତରାଖଣ୍ଡରେ ଭୂସ୍ଖଳନ

ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ହୋଇ ଜୀବନଯାପନ କରୁଛନ୍ତି ଲକ୍ଷ ଲକ୍ଷ ଲୋକ । ରାସ୍ତାଘାଟ, ଘରବାଡ଼ି ଆଦି ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ ଭୟଙ୍କର ପରସ୍ଥିତି ଦେଖାଦେଇଛି ।

ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିବାବେଳେ ବଡ଼ ବଡ଼ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ଭୁସ୍ଖଳନ ଯୋଗୁଁ ଫଳରେ ରାସ୍ତାର ଉଭୟ ପାଶ୍ୱରେ ଅଟକି ରହିଛି ବହୁ ସଂଖ୍ୟକ ଯାନବାହନ । ସେହିପରି ଆସାମରେ ଗତ କିଛି ଦିନ ହେବ ବନ୍ୟା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଘରଭିତରେ ପାଣି ପଶିଯାଇଥିବାବେଳେ ଲୋକମାନେ ଡ଼ଙ୍ଗାରେ ଯାତାୟାତ କରୁଛନ୍ତି । ୧୫ଟି ଜିଲ୍ଲାର ପ୍ରାୟ ୨.୭୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହେଲେଣି । ଅନ୍ୟପଟେ ବିହାରରେ ବନ୍ୟା ଯୋଗୁଁ ବିଭିନ୍ନ ପୋଲ ଧୋଇଯିବା ଫଳରେ ପ୍ରାୟ ୨୨ଟି ପଂଚାୟତର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।

ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ମୁଖ୍ୟ ନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେହିପରି ବନ୍ୟାରେ ଏକ ଯାତ୍ରୀବାହୀ କାର ଭାସିଯାଉଥିବାବେଳେ ବହୁ କଷ୍ଟରେ ସ୍ଥାନୀୟ ବାସିନ୍ଦା କାରରେ ବସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶରେ ବନ୍ୟା ପାଣିରେ ପୋଲ ଧୋଇ ହୋଇଯାଇଛି । ଫଳରେ ବିଭିନ୍ନ ଗାଁ ଜଳବନ୍ଦୀ ଜୀବନ କାଟୁଛନ୍ତି ।

ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଅଲର୍ଟ କରାଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।