ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।

462

କନକ ବ୍ୟୁରୋ: ଭୁବନେଶ୍ୱର ଗାଡ଼କଣ ସ୍ଥିତ ସ୍ପେସ୍ ଟାଉନ ଆପାର୍ଟମମେଂଟରୁ ସିରିଜ ଲୁଟ । ଘରେ ପଶି ଫ୍ରିଜରେ ଥିବା ଫ୍ରୁଟି ପିଇ ୫ଟି ଫ୍ଲାଟରେ ବୁଲାଇଲେ କଳାକନା । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର । ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ରହିଛି । ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ ବଢ଼ି ଚାଲିଛି । ରବିବାର ଦିନ ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡି ଲୁଟ୍ କରିଥିଲେ ଲୁଟେରା । ଷ୍ଟେବ୍ବ୍ୟାଙ୍କର ଏଟିଏମ୍ ତାଡି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ସାଧାରଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଆପାଟମେଂଟରେ ରହିବାକୁ ପସନ୍ଦ କରନ୍ତି । ହେଲେ ଆପାଟମେଂଟକୁ ଲୁଟେରା ଟାର୍ଗେଟ କରୁଥିବାରୁ ଲୋକଙ୍କ ଭିତରେ ଭୟ ବଢ଼ିବାରେ ଲାଗିଛି ।