ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।

14,392

କନକ ବ୍ୟୁରୋ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । କାରଣ ମୁଖ୍ୟମନ୍ତ୍ରୀ ରେସରେ ଅନେକ ବଡ ବଡ ନାଁ ଥିଲେ ମଧ୍ୟ ମୋହନଙ୍କ ଉପରେ ଶୀର୍ଷ ନେତୃତ୍ୱ ଭରସା କରିବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ । ଏହା ମୋହନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ପୂରା ପରିବାରବର୍ଗ ଏଭଳି ନିଷ୍ପତ୍ତିରେ ଚକିତ ହୋଇଯାଇଥିଲେ ।

ଯେତେବେଳେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା ସେତେବେଳେ ତାଙ୍କ ଝିଅ ରୋଗୀଙ୍କର ଅପରେସନ କରୁଥିଲେ । କିନ୍ତୁ ବାପା ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ଅଧିକ ଉତ୍ସାହିତ ହୋଇ ନିଜ କାର୍ଯ୍ୟ ଛାଡିନଥିଲେ ଝିଅ ଆକାଂକ୍ଷା । ବରଂ ରୋଗୀଙ୍କର ସଫଳତାପୂର୍ବକ ଅପରେସନ କରିବା ପରେ ହିଁ ଘରକୁ ଫେରିଥିଲେ ଆକାଂକ୍ଷା । ଏନେଇ ଗଣମାଧ୍ୟମକୁ ଆକାଂକ୍ଷା କହିଛନ୍ତି, ବାପା ମୁଖ୍ୟମନ୍ତ୍ରୀ ହେବା ଜାଣିବା ପରେ ହସ୍ପିଟାଲରୁ ଘର ପର୍ଯ୍ୟନ୍ତ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ସମସ୍ତେ ବାଜା ବଜାଇ, ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରୁଥିଲେ ।

ମୋହନ ଯାଦବ ବିଜେପିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ଶିବରାଜଙ୍କ ସରକାରରେ ମୋହନ ଶିକ୍ଷାମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବାକୁ ଥିବା ବେଳେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ସେହିଭଳି ନରେନ୍ଦ୍ର ସିଂ ତୋମାର ବାଚସ୍ପତି ଦାୟିତ୍ୱରେ ରହିବେ ।