ନାସିକରେ ଯାତ୍ରୀବାହି ବସରେ ଅଗ୍ନିକାଣ୍ଡ, ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଟ୍ୱିଟ କରି ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ।

79

କନକ ବ୍ୟୁରୋ: ମହାରାଷ୍ଟ୍ର ନାସିକରେ ଯାତ୍ରୀବାହି ବସରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୧୧ଜଣ, ଏହାସହ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହାସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ ଭୋର ୫ଟା ବେଳେ ଔରଙ୍ଗାବାଦ ରୋଡରେ ନାସିକର ନାନ୍ଦୁର ନାକା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ ଟ୍ରକ ସହ ଧକ୍କା ହେବା ପରେ ବସ୍ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।