ରୋଜଗାର ପରେ ଏବେ ଜାତିପ୍ରଥାକୁ ନେଇ ମତ ରଖିଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ଜାଣନ୍ତୁ କଣ କହିଲେ

1,471

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଆରଏସଏସ ପ୍ରମୁଖ ମୋହନ ଭାଗବତ ଏବେ ସଂରକ୍ଷଣକୁ ନେଇ ଦେଇଥିବା ବୟାନ ଚର୍ଚ୍ଚା ହେଉଛି । ଶୁକ୍ରବାର ଦିନ ଭାଗବତ ନାଗପୁର ଠାରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ସଂରକ୍ଷଣ ବ୍ୟବସ୍ଥା ଶେଷ କରାଯାଉ ବୋଲି ଆବେଦନ କରିଛନ୍ତି । ସେ କହିଛନ୍ତି କି, ଯେଉଁ ନାଗରିକମାନେ ଦେଶର ବିକାଶ ଚାହୁଁଛନ୍ତି ସେମାନେ ପ୍ରଥମେ ଜାତିପ୍ରଥାକୁ ଶେଷ କରିବାକୁ ଚେଷ୍ଟା କରନ୍ତୁ । ସୂଚନା ଥାଉକି ଏହା ପୂର୍ବରୁ ମୋହନ ଭାଗବତ ଦେଶରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ।

ନାଗପୁର ଠାରେ ଭାଗବତ କହିଛନ୍ତି ଯେ, ଯେଉଁ ଜିନିଷ ମଣିଷ ଭିତରେ ଭେଦଭାବ ସୃଷ୍ଟି କରୁଛି ତାକୁ ନାଗରିକମାନେ ସମ୍ପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିବାର ସମୟ ଆସିଛି । ଏହା ପୂର୍ବ ପିଢୀର ଭୁଲ ବୋଲି ସେ କହିଛନ୍ତି ।

ସେପଟେ ମୋହନ ଭାଗବତଙ୍କର ଏଭଳି ବୟାନକୁ ଏବେ ଦେଶରେ ସଂରକ୍ଷଣ ବ୍ୟବସ୍ଥା ସହିତ ଯୋଡା ଯାଉଛି । କାରଣ ଦେଶରେ ସଂରକ୍ଷଣ ବ୍ୟବସ୍ଥା ଜାତି ଆଧାରିତ ।