ଲଗାତାର ୫ଟି ମ୍ୟାଚରେ ବିଜୟ ପରେ ପ୍ଲେ ଅଫ୍ ରେସରେ ଆରସିବି । ପଏଣ୍ଟଟେବୁଲରେ ସପ୍ତମରୁ ପଞ୍ଚମ ସ୍ଥାନକୁ ଉନ୍ନିତ ହେଲା ଦଳ ।

281

କନକ ବ୍ୟୁରୋ: ୮ଟି ମ୍ୟାଚରୁ ୭ଟିରେ ପରାଜୟ ବରଣ କରିବା ପରେ ପରବର୍ତୀ ୫ଟି ମ୍ୟାଚ ଜିତି ପ୍ଲେ ଅଫ୍ ରେସରେ ସାମିଲ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ । ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ଥିବା ବେଳେ ପଏଂଟ ଟେବୁଲରେ ସପ୍ତମରୁ ପଂଚମ ସ୍ଥାନକୁ ଉଠିଛି ଦଳ । ରବିବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନର ବଡ଼ ବିଜୟ ବ୍ୟବଧାନରେ ପରାସ୍ତ କରିବା ପରେ ପ୍ଲେଅଫ୍କୁ ଯିବା ନେଇ ଦଳର ମନୋବଳ ବୃଦ୍ଧି ହୋଇଛି । ସେପଟେ ଆଉ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନକୁ ୫ୱିକେଟରେ ପରାସ୍ତ କରିବା ପରେ ଦଳର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି । ୧୩ ମ୍ୟାଚରୁ ୭ଟିରେ ବିଜୟ ସହ ୧୪ ପଏଣ୍ଟ ପାଇଁ ଚେନ୍ନାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମେ ୧୮ରେ ଶେଷ ଲିଗ୍ ମ୍ୟାଚରେ ସିଏସକେ-ଆରସିବି ମଧ୍ୟରେ ଲଢେଇ ହେବାକୁ ଯାଉଛି । ଏହି ମ୍ୟାଚର ବିଜୟୀ ଦଳ ଟେବୁଲର ଶୀର୍ଷ ୪ରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।