ତେଜିଲା ରତ୍ନଭଣ୍ଡାର ରାଜନୀତି । ପ୍ରଧାନମନ୍ତ୍ରୀ ପ୍ରସଙ୍ଗ ଉଠାଇବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ସେବାୟତ । ଏପଟେ ବିଜେଡି-ବିଜେପି କଥା କଟାକଟି

174

କନକ ବ୍ୟୁରୋ: ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗ ପାଲଟିବା ପରେ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ସଭାରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ପରେ, ଏହା ପୁଣି ଥରେ ଚର୍ଚ୍ଚାକୁ ଫେରିଛି । ରତ୍ନଭଣ୍ଡାର ତୁରନ୍ତ ଖୋଲିବା ପାଇଁ ପୁଣି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ ।

  • ରାଜନୀତିରେ ରତ୍ନଭଣ୍ଡାର
  • ଖୋଲିବା ପାଇଁ ଉଠିଲା ଦାବି

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେବା ପରେ ଏହା ନିର୍ବାଚନ ପ୍ରସଙ୍ଗ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ ଆରୋପର ବିଜେଡି ତୁରନ୍ତ ଜବାବ ଦେଇଛି । କିନ୍ତୁ ବିଜେଡି ଜବାବ ଦେବା ପରେ, ବିଜେପି ନେତା ସମୀର ମହାନ୍ତି ପାଲଟା ପ୍ରଶ୍ନ କରିଛନ୍ତି । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି କାହା ପାଖରେ ଥିଲା? ପରେ କେମିତି ମିଳିଲା? ଋତ୍ନଭଣ୍ଡାରରେ ଅଳଙ୍କାର ଅଛି କି ନାହିଁ, ଯଦି ବିଜେଡି ସରକାରକୁ ଆସେ ତା ହେଲେ, ଏସବୁ ସତ୍ୟ ଲୁଚିଯିବ ବୋଲି ଅଭିଯୋଗ କରିଛନ୍ତି ସମୀର ।

ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ବି ସରକାର ସମୟ ଗଡାଇ ଚାଲିଛନ୍ତି । ହାଇକୋର୍ଟଙ୍କ ତାଗିଦ ପରେ ରଥଯାତ୍ରା ସମୟରେ ଖୋଲାଯିବ ବୋଲି କହିଛନ୍ତି ପ୍ରଶାସନ ।