ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ପୁରୀରେ ରୋଡ ସୋ, ଅନୁଗୁଳ ଓ କଟକରେ ଜନସଭା । ୧୫ରେ ଅମିତ ଶାହ, ୧୭ରେ ଆସିବେ ନଡ୍ଡା

506

କନକ ବ୍ୟୁରୋ: ୨୦୧୯ ପରି ୨୦୨୪ରେ ମଧ୍ୟ ପୁରୀରେ ବିଜେପି ପାଇଁ ପ୍ରଚାର କରିବେ ମୋଦୀ । ୨୦ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଅନୁଗୁଳ, କଟକରେ ବିଶାଳ ଜନସଭା କରିବା ସହ ପୁରୀ ବଡଦାଣ୍ଡରେ ମେଗା ରୋଡ ସୋ’ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

  • ପୁଣି ଓଡି଼ଶା ଆସିବେ ମୋଦୀ, ଶାହା, ନଡ୍ଡା
  • ୨୦ରେ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’

ଗତ ୧୦ ତାରିଖରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’କୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହାପରେ ପୁରୀ ଲୋକସଭା ଆସନ ଓ ଏହା ଅଧିନରେ ଥିବା ବିଧାନସଭାର ବିଜେପି ପାର୍ଥୀଙ୍କ ପାଇଁ ରୋଡ ସୋ’ ଜରିଆରେ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରସୁତି ଆରମ୍ଭ ହୋଇଛି ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

୧୫ ତାରିଖରେ ଶାହା, ୧୭ ତାରିଖରେ ନଡ୍ଡା ପୁଣି ଓଡିଶା ଆସୁଛନ୍ତି । ଅମିତ ଶାହାଙ୍କର ଏହା ଦ୍ୱିତୀୟ ଗସ୍ତ ହୋଇଥିବା ବେଳେ ୩ଟି ଭିନ୍ନ ଜାଗା ରାଉରକେଲା, କଣ୍ଟାବାଞ୍ଝି ଓ ଆସ୍କାର ସୋରଡାରେ ଜନସମାବେଶରେ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେହିପରି ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୃତୀୟଥର ପାଇଁ ର୍ନିବାଚନୀ ପ୍ରଚାର କରିବାକୁ ଓଡିଶା ଆସୁଛନ୍ତି । ସୁନ୍ଦରଗଡ, ହିଞ୍ଜିଳି ଓ ପଦ୍ମପୁରରେ ଜନସଭା କରିବେ ଜେପି ନଡ୍ଡା ।

କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଓଡିଶା ଗସ୍ତ ସହ ମାରାଥନ ପ୍ରଚାର ଓଡିଶା ଉପରେ ବିଜେପିର ପୂରା ଫୋକସକୁ ସୂଚାଉଛି । ହେଲେ ଜନସମର୍ଥନ ଭୋଟରେ ପରିଣତ ହେଉଛି କି ନାହିଁ , ଭୋଟରଙ୍କ ଉପରେ ଏହାର କଣ ପ୍ରଭାବ ପଡୁଛି ତାହା ଜୁନ ୪ ତାରିଖରେ ଜଣାପଡିବ ।