ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ। ମୁଦ୍ରାସ୍ଥିତି ୬୦ ପ୍ରତିଶତ ପାର୍।

103

କନକ ବ୍ୟୁରୋ: ଶ୍ରୀଲଙ୍କା ଏବେ ନିଜର ସବୁଠାରୁ ବଡ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି । ଏମିତିକି ଶ୍ରୀଲଙ୍କାରେ ଏବେ ଲୋକମାନେ ୨ ଓଳିର ଖାଇବା ଯୋଗାଡ କରିବା କାଠିକର ପାଠ ହୋଇଯାଇଛି । ଜୁଲାଇ ମାସରେ ଶ୍ରୀଲଙ୍କାରେ ମୁଦ୍ରାସ୍ଥିତି ବଢି ୬୦ ପ୍ରତିଶତ ପାର୍ କରିଛି । ସେହିପରି ବିଭିନ୍ନ ଅନୁଷ୍ଠାନରେ କାମ କରୁଥିବା ମହିଳାଙ୍କୁ ଛଟେଇ କରାଯାଇଛି । ଯାହା ଫଳରେ ସେମାନେ ନିଜ ରୋଜଗାର ହରେଇଛନ୍ତି ।

ଯେଉଁଥିପାଇଁ ମହିଳାମାନେ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ ହେଉଛନ୍ତି । ଗତକିଛିମାସରେ ଶ୍ରୀଲଙ୍କାରେ ବେଶ୍ୟାବୃତ୍ତି ଢେର ବଢିଛି । ପାଖାପାଖି ୩୦ ପ୍ରତିଶତ ବେଶ୍ୟାବୃତ୍ତି ଶ୍ରୀଲଙ୍କାରେ ବଢିଛି । ଜୀବିକା ନିର୍ବାହ କରିବା ପାଇଁ ମହିଳାମାନେ ଏହି କ୍ଷେତ୍ରକୁ ବାଛୁଛନ୍ତି ।