ଆମେରିକାରେ ପ୍ରବଳ ବର୍ଷା ପରେ ବନ୍ୟା। ପ୍ରଳୟଙ୍କାରୀ ବନ୍ୟାରେ ୧୬ ଜଣଙ୍କର ମୃତ୍ୟୁ।

120

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେରିକାରେ ଦେଖାଯାଇଛି । ଆମେରିକାର ପୂର୍ବଭାଗରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବନ୍ୟା କାରଣରୁ ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ହେଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଆଶଙ୍କା ରହିଛି । ତେବେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରିରହିଛି ।

ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । କେଣ୍ଟକୀ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି ପୀଡିତମାନଙ୍କୁ ଉଦ୍ଧାର କରିବା ପାଇଁ ସପ୍ତାହେ ସମୟ ଲାଗିପାରେ । ପୂର୍ବ କେଣ୍ଟକୀ ଅଞ୍ଚଳର କିଛି ସ୍ଥାନରେ ଗତ ୪୮ ଘଣ୍ଟାରେ ୨୦ ରୁ ୨୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ହେଲିକପ୍ଟର ବୋଟ ସାହାଯ୍ୟରେ ଉଦ୍ଧାରକାରୀ ଦଳ ତରଫରୁ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି ।