ଝିଅ ନିର୍ବନ୍ଧ ସାରିଲେ ହେଲେ କରିପାରିଲେ ନାହିଁ କନ୍ୟାଦାନ: ଥାଳି ଟେକିବା ପରେ ମନ୍ଦିର ପରିସରରେ ଟଳିପଡିଲେ ବାପା

1,173

କନକ ବ୍ୟୁରୋ: କନ୍ୟାଦାନ କରି କୋଟି ପୂର୍ଣ୍ଣ ଅର୍ଜନ କରିବା ଆଗରୁ ଆରପାରିକୁ ଚାଲିଗଲେ ବାପା । ଝିଅ ନିର୍ବନ୍ଧ ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଲାଗିଥିଲା, ହସଖୁସିରେ ସବୁ କିଛି ଚାଲିଥିଲା । ହେଲେ ହଠାତ୍ ସବୁ କିଛି ଦୁଃଖରେ ବଦଳିଗଲା । ଝିଅର ନିର୍ବନ୍ଧ ସାରି ଟଳିପଡିଲେ ବାପା । କେନ୍ଦ୍ରାପଡା ଜିଲ୍ଲା ଚରିଗାଁ ପଂଚାୟତ ଜୟକୃଷ୍ଣପୁର ଗାଁରେ ଏଭଳି ଏହ ଦୁଃଖଦ ଘଟଣା ଘଟିଛି । ଗତକାଲି ଗାଁର ରମେଶ ବାରିକଙ୍କ ଝିଅର ନିର୍ବନ୍ଧ ହେଉଥିଲା । ମାଳବଣରେ ଥିବା ଏକ ମନ୍ଦିରରେ ରୀତିନୀତି ଅନୁସାରେ ନିର୍ବନ୍ଧ ସରିବା ପରେ ବନ୍ଧୁବାନ୍ଧବ ଭୋଜି ଖାଉଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ ରମେଶ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଛନ୍ତି । ଝିଅର ନିର୍ବନ୍ଧ ଦିନ ବାପାଙ୍କ ମୃତ୍ୟୁ ଘର ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗାଁରେ କାନ୍ଦବୋବାଳି ପଡିଛି । ରମେଶଙ୍କ ଏଭଳି ମୃତ୍ୟୁକୁ ପ୍ରିୟଜନ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।