ଟିକେ ଚାନ୍ସ, ଟିକେ ରୋମାନ୍ସ: ଫିଲ୍ମରେ ଚାନ୍ସ ଦେବାକୁ କହି, ରୋମାନ୍ସ କରିବାକୁ ଚାହୁଁଛନ୍ତି ଡିରେକ୍ଟର

402

କନକ ବ୍ୟୁରୋ: ସିନେମାରେ ହିରୋଇନ ହେବାକୁ ହେଲେ ୱାନ୍ ନାଇଟ୍ ଷ୍ଟାଣ୍ଡ କରିବାକୁ ପଡିବ । ଏପରିକି ମୁଭିରେ ଚାନ୍ସ ଦେବାକୁ କହି ଯୁବତୀଙ୍କ ସହ ରୋମାନ୍ସ କରିବାକୁ ଡାଇରେକ୍ଟର ଚାହୁଁଛନ୍ତି ବୋଲି କହିଛନ୍ତି ଯୁବତୀ । ଏଭଳି କିଛି ସାଂଘାତିକ୍ ଅଭିଯୋଗ ଆଣି ଗଣମାଧ୍ୟମ ଆଗରେ ଜଣେ ନିର୍ଦ୍ଦେଶକଙ୍କ କଳା କାରନାମା ପର୍ଦ୍ଦାଫାଶ କରିଛନ୍ତି । ଏହା ଏକ ବଡ ର୍ୟାକେଟ୍, ଏଥିରେ ଅନେକ ଯୁବତୀଙ୍କୁ ଶୋଷଣ କରାଯାଉଥିବା କଥା ଏଇଥିପାଇଁ କୁହାଯାଉଛି କାହିଁକି ନା, ସେହି ସିନେମା ଏବେ ପର୍ଯ୍ୟନ୍ତ ରିଲିଜ୍ ହୋଇ ନାହିଁ ।