କୋରାପୁଟରେ ଅଭାବନୀୟ ଘଟଣା : ମାଛ ଧରିବାକୁ ଯାଇ ବଜ୍ରାଘାତରେ ଜୀବନ ହରାଇଲେ ବାପ-ପୁଅ

441

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁମ୍ଭାରପୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦନ ଭଳି ଆଜି ଭୋର ସମୟରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି. ସିଂହପୁର ଥାନା କେବିଡି ପଞ୍ଚାୟତର କୁମ୍ଭାରପୁଟ ଗାଁ ପାଖ ନଦୀକୁ ମାଛ ମାରିବାକୁ କିଛି ଲୋକ ଯାଇଥିଲେ । ମାଛ ଧରିବା ସମୟରେ ବଜ୍ରପାତ ହୋଇଥିଲା । ନଦୀକୁ ମାଛ ଧରିବାକୁ ଯାଇଥିବା ସେହି ଲୋମାନଙ୍କଭିତରୁ ଦୁଇଜଣଙ୍କର ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି ।

ତେବେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ସଂପର୍କରେ ବାପା ଏବଂ ପୁଅ ବୋଲି ଜଣାପଡ଼ିଛି। ସେମାନେ ହେଲେ ବାପା ପୀତବାସ କୁମ୍ଭାର ଓ ପୁଅ ଉପେନ୍ଦ୍ର କୁମ୍ଭାର । ଦୁହିଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।