ବୈଦେଶିକ ମନ୍ତ୍ରୀଙ୍କୁ ବିଗ ବିଙ୍କ ପ୍ରଶଂସା: ସୋସିଆଲ ମିଡିଆ ପୋଷ୍ଟରେ ଜୟଶଙ୍କରଙ୍କ ଜବାବକୁ ସମର୍ଥନ ସହ ପ୍ରଶଂସା କଲେ ଅମିତାଭ ବଚ୍ଚନ

132

କନକ ବ୍ୟୁରୋ: ଭାରତୀୟ ବୈଦେଶିକମନ୍ତ୍ରୀଙ୍କୁ ବିଗ ବିଙ୍କ ପ୍ରଶଂସା । ସୋସିଆଲ ମିଡିଆ ପୋଷ୍ଟରେ ଏସ ଜୟଶଙ୍କରଙ୍କ ସେହି ଜବାବ ଉପରେ ଅମିତାଭ ବଚ୍ଚନ ସମର୍ଥନ ସହ ପ୍ରଶଂସା କରିଛନ୍ତି ଯେଉଁଥିରେ ମାଲଦ୍ୱୀପକୁ ଭାରତୀୟ ବୈଦେଶିକମନ୍ତ୍ରୀ ଉଚିତ ଜବାବ ଦେଇଛନ୍ତି । ନିକଟରେ ମାଲଦ୍ୱୀପ ରାଷ୍ଟ୍ରପତି ମୋଇଜୁ କହିଥିଲେ କୌଣସି ରାଷ୍ଟ୍ର ମାଲଦ୍ୱୀପ ଉପରେ ଦବଦବା ଜାହିର କରିପାରିବନି ବା ଧମକାଇପାରିବନି । ମାଲଦ୍ୱୀପ ଛୋଟଦେଶ ହେଲେ ମଧ୍ୟ ଜବାବ ଦେଇ ଜାଣେ । ଦାଦାଗିରି କରୁଛି ଭାରତ । ଏହାର ଉତରରେ ଦେଇ ଜୟଶଙ୍କର କହିଥିଲେ ଧମକ ଦେଉଥିବା ଦେଶ କେବେ ସଙ୍କଟ ସମୟରେ ଅନ୍ୟଙ୍କୁ ସାହାର୍ଯ୍ୟ କରେନି । କରୋନା ହେଉ କି ଯୁଦ୍ଧ ସବୁବେଳେ ଭାରତ ଅନ୍ୟ ରାଷ୍ଟ୍ରଙ୍କ ସହ ବିପଦ, ସଙ୍କଟ ସମୟରେ ଛିଡା ହୋଇଛି ଓ ରହିବ । ତେବେ ଜୟଶଙ୍କରଙ୍କ ଏହି ଜବାବକୁ ବିଗ ବି ପ୍ରଂଶସା କରିଛନ୍ତି ।