ତାତିରୁ ମିଳିବନି ତ୍ରାହି, ୫ଦିନ ଯାଏଁ ଜଳିବ ଓଡିଶା । ୨୬, ୨୭ ଓ ୨୮ ତାରିଖରେ ସାଂଘାତିକ ହେବ ତାତି ।

498

କନକ ବ୍ୟୁରୋ: ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡିଶା । ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପୁରୀ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୭ ଏବଂ ୨୮ ତାରିଖରେ ପ୍ରବଳ ହିଟୱେଭର ସମ୍ଭାବନା ରହିଛି । ୨୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହି ଦୁଇ ଦିନ କେବଳ କୋରାପୁଟ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି ।