କନକ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ପତ୍ନୀ ଅମୃତା ଫଡନାବୀସ ଜନୈକ ଡିଜାଇନରଙ୍କ ବିରୋଧରେ ପୁଲିସରେ ମାମଲା ଦାଏର କରିଛନ୍ତି । ଡିଜାଇନର ଅନିକ୍ଷା ତାଙ୍କ ବାପାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଫାଦଫା କରିବାକୁ ୧ କୋଟି ଟଙ୍କା ଲାଞ୍ଚ ଦେଉଥିବା ଅଭିଯୋଗ କରିଛନ୍ତି ଅମୃତା ଫଡନାବୀସ । ମାମଲା ଦାଏର ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି ।

ସୂଚନା ମୁତାବକ, ଅନିକ୍ଷା ଜଣେ ଜୁଏଲାରୀ ଓ ଫୁଟୱେର ଡିଜାଇନର । ୧୬ ମାସ ହେବ ତାମଙ୍କର ଅନିକ୍ସାଙ୍କ ସହ ପରିଚୟ ହୋଇଥିଲା। ମଝିରେ ମଝିରେ ଅନିସ୍କା ଅମୃତା ଫଡ୍‌ନାବୀସଙ୍କ ଘରକୁ ବି ଯିବାଆସିବା କରୁଥିଲେ। ଅନିକ୍ସା ଅମୃତା ଫଡ୍‌ନାବୀସଙ୍କୁ ଏକ ମାମଲାରେ ତାଙ୍କ ସହାଯ୍ୟ କରିବାକୁ କହିଲେ। ପ୍ରତିବଦଳରେ ସେ ୧ କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ। ହେଲେ ଅମୃତା ସାହାଯ୍ୟ କରିବାକୁ ମନା କରି ଦେଇଥିଲେ। ଏହାପରେ ଅନିକ୍ଷା ଫୋନରେ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅମୃତା ଫଡନାବୀସ ।