ଋଷ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା : ସୋମବାର ଅଧାରୁ ଅଟକିଯାଇଥିଲା କଥାବାର୍ତ୍ତା

57

କନକ ବ୍ୟୁରୋ : ୨୦ ଦିନରେ ପହଂଚିଛି ଋଷ- ୟୁକ୍ରେନ ଯୁଦ୍ଧ । ଏହାରି ଭିତରେ ଆଜି ପୁଣି ଥରେ ଋଷ-ୟୁକ୍ରେନ ମଧ୍ୟରେ ହେବ ଆଲୋଚନା । ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଭିଡିଓ କନଫରେନସିଂ ଜରିଆରେ ଏହି ଆଲୋଚନା ହୋଇଥିଲା । ହେଲେ ଅନ୍ୟାନ୍ୟ କାମ ପାଇଁ ଦୁଇ ପକ୍ଷ ଗତକାଲି ବୈଠକକୁ ଅଧାରେ ସ୍ଥଗିତ ରଖିଥିଲେ । ତେଣୁ ଆଜି ପୁଣି ଥରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ।

ଗତକତାଲି ଆଲୋଚନା ବେଳେ ୟୁକ୍ରେନ ପ୍ରତିନିଧି ଦାବି କରିଥିଲେ ତୁରନ୍ତ ଋଷ ଅସ୍ତ୍ରବିରତି ଘୋଷଣା କରୁ । ଏବଂ ଆଲଚୋନାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସିଧାସଳଖ ସାମିଲ ହୁଅନ୍ତୁ ବୋଲି ଜୋଲେନସ୍କିଙ୍କ ପ୍ରତିନିଧି ଦାବି କରିଥିଲେ । ବେଲାରୁସ ସୀମାରେ ଦୁଇ ଦେଶର ବୈଠକ ତୃତୀୟ ଥର ପାଇଁ ବିଫଳ ହୋଇଥିଲ।। ଏହାପରେ ତୁର୍କୀରେ ମଧ୍ୟ ବୈଠକ ବସିଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହାପରେ ଦୁଇ ଦେଶ ଭିଡିଓ କନଫରେନସିଂ ଜରିଆରେ ଏକାଠି ହୋଇ ବୈଠକରେ ସାମିଲ ହୋଇଛନ୍ତି ।