ସ୍ୱାମୀଙ୍କ ସହ ସୋ’ କୁ ଯିବାପାଇଁ ମନାକଲେ ଅନୁଷ୍କା ଶର୍ମା ! ଜାଣନ୍ତୁ କାହିଁକି ?

25

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଟେଲିଭିଜନ ସୋ ‘କଫି ୱିଥ କରନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହ ପରେ ଏହି ଯୋଡ଼ି ପ୍ରଥମ ଥର ପାଇଁ ଟେଲିଭିଜନ ସୋ’ରେ କଥାବାର୍ତ୍ତା ହେଉଥିବାର ନଜର ଆସିବେ । ଏହି ସୋ’ ଦ୍ୱାରା କରନଙ୍କ ସହିତ କଥା ହେଉଥିବା ସମୟରେ ଦୁଇଜଣଙ୍କ ନିଜ ଜୀବନ ବିଷୟରେ କେତେକ କଥା ଶୁଣିବାକୁ ମିଳିବ ।

ସୋ’କୁ ଆସିବା ପୂର୍ବରୁ ଅନୁଷ୍କା ଏକ ସର୍ତ୍ତ ରଖିଥିଲେ, ଯାହାକୁ ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଚୁପ ହୋଇ ଯାଇଛନ୍ତି । ଅନୁଷ୍କାଙ୍କ କହିବା ଅନୁସାରେ, ଏହି ସୋ’କୁ ସେ ବିରାଟଙ୍କ ସହିତ ନୁହେଁ ବରଂ ସହକାରୀ ପ୍ରଯୋଜକ ପ୍ରେରଣାଙ୍କ ସହିତ ଆସିବେ ।

ବାସ୍ତବରେ ଅନୁଷ୍କା ତାଙ୍କ ଫିଲ୍ମ ପରୀର ପ୍ରମୋଶନ ପାଇଁ ଆସୁଛନ୍ତି । କିନ୍ତୁ ସୋ’ ନିର୍ମାତାଙ୍କ ବିଶେଷ ଅନୁରୋଧ ପରେ ସେ ବିରାଟଙ୍କ ସହିତ ଆସିବାକୁ ରାଜି ଅଛନ୍ତି । ତେବେ ବିରାଟ ଏବେ ଅନୁଷ୍କାଙ୍କ ସହିତ ଏକ ବିଶେଷ ଅଧ୍ୟାୟରେ ନଜର ଆସିବେ । ଏହା ଖୁବ ହୃଦୟଛୁଆଁ ହେବ ବୋଲି ଆଶା କରାଯାଉଛି କାରଣ ବିବାହ ପରେ ପ୍ରଥମ ଥର ପାଇଁ ଅନୁଷ୍କା ଏବଂ ବିରାଟ ଏକା ସାଙ୍ଗରେ ଟେଲିଭିଜନରେ ନଜର ଆସିବେ ।

ଅନୁଷ୍କାଙ୍କ ଅଭିନୀତ ଫିଲ୍ମ ପରୀ ୨ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । ଅନୁଷ୍କାଙ୍କ ସହିତ ପରମବ୍ରତ ଚାଟାର୍ଜୀ, ରଜତ କପୁର ଏବଂ ରୀଜା ବିହାରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।