ଭାରତରେ ଏଣ୍ଟ୍ରି କରିବ TESLA ! ନିଜେ ବି ଭାରତ ଆସିବେ ଏଲନ୍ : ମୋଦୀଙ୍କୁ ଭେଟିବା ପରେ ଏଭଳି କହିଲେ ଏଲନ୍

1,827

କନକ ବ୍ୟୁରୋ: ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟୁ ଭେଟୁ ମନ୍ତ୍ରମୁଗ୍ଧ ହେଲେ ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସ୍ଲାର ସିଇଓ ଏଲନ୍ ମସ୍କ । ନିଜକୁ ମୋଦୀଙ୍କ ବଡ ପ୍ରଶଂସକ କହିବା ସହ କରିଛନ୍ତି ଏକ ବଡ ଘୋଷଣା । ଖୁବଶୀଘ୍ର ତାଙ୍କର ଟେସ୍ଲା କମ୍ପାନୀ ଭାରତରେ ପ୍ରବେଶ କରିବ ଏବଂ ସେ ନିଜେ ମଧ୍ୟ ଆସନ୍ତା ବର୍ଷ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ସମୟରେ ନ୍ୟୁୟର୍କ ପ୍ୟାଲେସ୍ ହାଟେଲରେ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କୁ ଭେଟିଥିଲେ । ଏହି ଅବସରରେ ଦୁନିଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍ କାର କମ୍ପାନୀ ଟେସ୍ଲାର ଭାରତରେ ପ୍ରବେଶକୁ ନେଇ ଆଲୋଚନା ହୋଇଥିଲା । ଏହା ପରେ ପରେ ଭାରତରେ ଏହାର ଏଣ୍ଟ୍ରିକୁ ନେଇ ବଡ ଘୋଷଣା ଦାବି କରିଛନ୍ତି । ଭବିଷ୍ୟତରେ ଭାରତରେ ଟେସ୍ଲା କମ୍ପାନୀ ପୁଞ୍ଜି ନିବେଶ କରିବ । ଏହା ଦୁଇ ଦେଶ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ ବୋଲି ଏଲନ୍ କହିଛନ୍ତି ।

କେବଳ ଏତିକି ନୁହେଁ ନିଜେ ମଧ୍ୟ ଆସନ୍ତା ବର୍ଷ ଭାରତ ଆସିବାକୁ ଯୋଜନା କରୁଛନ୍ତି । ବିଶ୍ୱାସ ଯେ ସେତେବେଳ ଭିତରେ ତାଙ୍କ କମ୍ପାନୀ ଭାରତ ଆସିସାରିଥିବ ତେବେ ତାଙ୍କୁ ସମର୍ଥନ ଦେଇଥିବାରୁ ସେ ମୋଦୀଙ୍କ ପାଖରେ କୃତଜ୍ଞ ବୋଲି କହିଛନ୍ତି ଏଲନ୍ । ଏହାଦ୍ୱାରା ଭବିଷ୍ୟତରେ ସେ ଦୁଇ ଦେଶର ବାଣିଜ୍ୟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରିବେ । ଏହା ଭାରତ ସହ ଆମେରିକାର ସମ୍ପର୍କରେ ଏକ ମହତ୍ୱପୂର୍ଣ୍ଣ ନିବେଶ ହେବ ବୋଲି ଏଲନ୍ କହିଛନ୍ତି ।