ଗାଁରେ ଦନ୍ତା ଆତଙ୍କ । ବଲାଙ୍ଗୀର ଖପ୍ରାଖାଲରେ ଦିନ ଦିପହରରେ ବୁଲୁଛି ଦନ୍ତା ହାତୀ ।

62

କନକ ବ୍ୟୁରୋ: ଗାଁରେ ଦନ୍ତା ଆତଙ୍କ । ଦିନ ଦ୍ୱିପହରରେ ଗାଁରେ ବୁଲି ବୁଲି ଆତଙ୍କ ଖେଳାଉଛନ୍ତି ଦୁଇ ଦନ୍ତା ହାତୀ  । ସେହିଭଳି ଏକର ଏକର ଫସଲ ସବୁ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ଘରଦ୍ୱାର ଭାଙ୍ଗିରୁଜି ପକାଉଥିବା ବେଳେ ଗାଁ ଭିତରେ ଆତଙ୍କ ଖେଳିଗଲାଣି । ବଲାଙ୍ଗୀର ଖପ୍ରାଖାଲ ଅଞ୍ଚଳରେ କିଛି ଦିନ ହେଲା ହାତୀ ଆତଙ୍କ ଦେଖିବାକୁ ଲାଗିଛି । ଦୁଇଟି ଦନ୍ତା ହାତୀ ଗନ୍ଧମାର୍ଦ୍ଦନ ପାଦରେ ଥିବା ଗାଁ ଗୁଡିକରେ ପଶି ଘରଦ୍ୱାରରୁ ନେଇ ଚାଷ କ୍ଷେତ ସବୁ ନଷ୍ଟ କରିବାରେ ଲାଗିଛନ୍ତି । ଗାଁର ଲୋକେ ଭୟରେ ତାଟି କବାଟ ପକାଇ ରହିଛନ୍ତି । ଲାଠୋର ଅଞ୍ଚଳରେ ମଧ୍ୟ ହାତୀ ଉତ୍ପାତ ବଢିଚାଲିଛି । ବନବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଏହି ହାତୀ ପୁଣି ହରିଶଙ୍କର ଅଞ୍ଚଳରେ ପଶି ପିଙ୍ଗଲମୁଣ୍ଡା ଗାଁରେ ଆତଙ୍କ ଖେଳାଇଲେଣି । ହାତୀ ଓ ମଣିଷ ମଧ୍ୟରେ ଲୁଚକାଳି ଖେଳ ଚାଲିଥିବା ବେଳେ ହାତୀକୁ ଘଉଡାଇବାକୁ ବନବିଭାଗ ନାକେଦମ୍ ହୋଇଗଲାଣି । ସେପଟେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।