ପାକିସ୍ତାନରେ ଆର୍ଥିକ ସ୍ଥିତି ସାଂଘାତିକ : ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ଗ୍ୟାସ ନାହିଁ; ଦିନକୁ ୧୫ରୁ ୨୦ ଘଣ୍ଟା ବିଦ୍ୟୁତ୍ କାଟ

101

କନକ ବ୍ୟୁରୋ : ଭୟଙ୍କର ଆର୍ଥିକ ସଙ୍କଟର ସାମ୍ନା କରୁଛି ପଡୋଶୀ ପାକିସ୍ତାନ । ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେଇ୍ଥିବାରୁ ଦିନକୁ ୧୫ରୁ ୨୦ ଘଣ୍ଟା ବିଦ୍ୟୁତ୍ କାଟ କରାଯାଉଛି । ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ନାହିଁ । ପରିସ୍ଥିତିର ମୁକାବିଲା କରିବାକୁ ମଲ ଓ ବଜାର ଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର ।

ପାକିସ୍ତାନ ଉପରେ ଋଣ ବୋଝ ଲଗାତର ବଢି ଚାଲିଛି । ରିପୋର୍ଟ ଅନୁସାରେ ୨୦୨୨ ମାର୍ଚ୍ଚ ସୁଦ୍ଧା ପାକିସ୍ତାନର ମୋଟ୍ ଋଣ ବୋଝ ପ୍ରାୟ ୪୩ ଲକ୍ଷ କୋଟି ପାକିସ୍ତାନୀ ଟଙ୍କା ଥିଲା । ଇମ୍ରାନ୍ ଖାନଙ୍କ କାର୍ଯ୍ୟକାଳ ସମୟରେ ଅଧିକ ଋଣ ଆଣିଛି ପାକ୍ । ନିଜର ତିନି ବର୍ଷ କାର୍ଯ୍ୟକାଳୟ ସମୟରେ ସେ ଲୋକଙ୍କ ଉପରେ ପ୍ରତିଦିନ ପ୍ରାୟ ୧୪୦୦ କୋଟି ଟଙ୍କା ଋଣ ବୋଝ ପକାଇଛନ୍ତି ।

ପାକିସ୍ତାନର ଶାହବାଜ୍ ସରିଫ୍ ସରକାରୀ କୋଷ ଉପରେ ବଢୁଥିବା ବୋଝ କମ୍ କରିବାର ଅନେକ ଉପାୟ ବାହାର କରୁଛନ୍ତି । ବିତୀୟ ବୋଝ କମାଇବା ପାଇଁ ବିଜୁଳି ବଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ୱାର୍କ ଫ୍ରମ୍ ହୋମ୍ ନୀତି ଆପଣାଇ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ବ୍ୟବହାର କରାଯାଉଛି । ୨୦୨୩ ସୁଦ୍ଧା ଇଲେକଟ୍ରିକ୍ ପଙ୍ଖାର ଉତ୍ପାଦନ ବନ୍ଦ କରାଯିବ । ବଲବ୍ ଉତ୍ପାଦନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।