ଟ୍ରିପଲ ଜମ୍ପରେ ଭାରତକୁ ଡବଲ ପଦକ: ସ୍ୱର୍ଣ୍ଣ ଜିତିଲେ ଏଲଡୋସ ପୌଲ, ରୌପ୍ୟ ଜିତିଲେ ଅବଦୁଲ୍ଲା ଆବୁବାକର

158

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାରି ରହିଛି ଭାରତ ଉପରେ ପଦକ ବର୍ଷା । ଟ୍ରିପଲ ଜମ୍ପରେ ଭାରତ ହାସଲ କରିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଏଲଡୋସ ପୌଲ । ସେହିପରି ଅବଦୁଲ୍ଲା ଆବୁବାକର ଜିତିଲେ ରୌପ୍ୟ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଭାରତକୁ ଏଯାଏଁ ମିଳିଲାଣି ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୮ ବ୍ରୋଞ୍ଜ ପଦକ ।