କେବେ ଥାନେ ରାସ୍ତାରେ ଚଲାଉଥିଲେ ଅଟୋ, ଏବେ ମହାରାଷ୍ଟ୍ରର ମୁଖିଆ ହୋଇ ଚଳାଇବେ ସରକାର

280

କନକ ବ୍ୟୁରୋ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଆଜି ସନ୍ଧ୍ୟା ସନ୍ଧ୍ୟା ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଆଜି ପ୍ରେସମିଟ କରି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି ଦେବେନ୍ଦ୍ର ଫଡନାଭିସ ଆଉ ତାଙ୍କୁ ବିଜେପି ସମର୍ଥନ କରିବ ବୋଲି ସେ କହିଛନ୍ତି ।

ଅଟୋ ଚାଳକରୁ ରାଜନୀତି
୯ ଫେବୃଆରୀ ୧୯୬୪ ମସିହାରେ ମହାରାଷ୍ଟ୍ର ସତାରା ଜିଲ୍ଲାର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ ଏକନାଥ ସିନ୍ଦେ । ସେ ଥାଣେରେ ରହି ଏକାଦଶ ଯାଏଁ ପାଠ ପଢିଥିଲେ । ଏହାପରେ ସେ ଅଟୋ ଚଲାଇଥିଲେ । ଅଟୋ ଚଲାଉ ଚଲାଉ ସେ ଶିବସେନା ସହ ଜଡିତ ହୋଇଥିଲେ । ଆଉ ଦଳର ଜଣେ ସାଧାରଣ କର୍ମକର୍ତ୍ତା ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ । ମୁମ୍ବାଇ ଓ ଥାନେର ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଏକନାଥ ସିନ୍ଦେ ହେଉଛନ୍ତି ଜଣେ । କୁହାଯାଏ ଥାନେରୁ ବିଜୟୀ ହେବା ପାଇଁ ଏକନାଥ ସିନ୍ଦେହ୍କ ସମର୍ଥନ ଜରୁରୀ ।

କାଉସିଲିରରୁ ଆରମ୍ଭ କରିଥିଲେ କ୍ୟାରିୟର
ଏକନାଥ ସିନ୍ଦେ ୧୯୯୭ ମସିହାରେ ଥାନେ ମହାନଗର ନିଗମର କାଉନସିଲର ନିର୍ବାଚିତ ହୋଇଥିଲେ । ଆଉ ୨୦୦୧ରେ ନଗର ନିଗମରେ ବିରୋଧୀ ଦଳର ନେତା ଦାୟିତ୍ୱ ତୁଲାଇଥିଲେ । ଏହାପରେ ୨୦୦୨ରେ ଦ୍ୱିତୀୟଥର ପାଇଁ କାଉନସିଲର ହୋଇଥିଲେ । ଏହାସହ ସେ ୩ ବର୍ଷ ପାଇଁ ପାୱାର ଫୁସ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ରହିଥିଲେ । ଦ୍ୱିତୀୟଥର ପାଇଁ କାଉନସିଲର ହେବା ସହ ସେ ୨ ବର୍ଷ ଭିତରେ ବିଧାୟକ ମଧ୍ୟ ହୋଇଥିଲେ ।

୨୦୦୦ ମସିହାରେ ଥାନେର ବରିଷ୍ଠ ନେତା ଆନନ୍ଦ ଦିଧେଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଥାନେରେ ଏକନାଥ ସିନ୍ଦେ ଆଗକୁ ବଢିଥିଲେ । ଏହାପରେ ୨୦୦୫ ମସିହାେରେ ନାରାୟଣ ରାଣେ ଶିବସେନା ଛାଡିଥିଲେ । ଫଳରେ ସିନ୍ଦଙ୍କ ପାୱାର ଦଳରେ ବଢିବାକୁ ଲାଗିଥିଲା । ରାଜ ଠାକରେ ଶିବସେନା ଛାଡିବା ପରେ ସିନ୍ଦେ ଦଳ ସହ ଠାକରେ ପରିବାରର ନିକଟତର ମଧ୍ୟ ହୋଇଥିଲେ ।

୪ଥର ହୋଇଥିଲେ ବିଧାୟକ
ମାତୋଶ୍ରୀର ସବୁଠାରୁ ନିକଟତର ନେତାଙ୍କ ଲିଷ୍ଟରେ ଏକନାଥ ସିନ୍ଦେଙ୍କ ନାଁ ପ୍ରଥମ ରହୁଥିଲା । ସେ ଥାନେର କୋପରି-ପଞ୍ଚପଖାଡି ସିଟରୁ ୨୦୦୪ ମସିହାରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ମଧ୍ୟ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । କେବଳ ସେତିକି ନୁହେଁ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଶିବସେନାର ଟିକେଟରୁ କଲ୍ୟାଣରୁ ସାଂସଦ ହୋଇଛନ୍ତି । ଏହି ଭଳି ଭାବରେ ସିନ୍ଦେ କାଉନସିଲରରୁ ଜଣେ ଶକ୍ତିଶାଳୀ ନେତା ହୋଇଥିଲେ ।