ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ: ବୁମରାହ ହେଲେ ଅଧିନାୟକ, ପନ୍ତ ଉପ-ଅଧିନାୟକ

138

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ଯଶପ୍ରିତ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାସହ ରିଷବ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଟ୍ୱିଟ କରି ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବାରୁ ତାଙ୍କ ସ୍ଥାନରେ ବୁମରାହଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ରୋହିତଙ୍କ କଭର ଖେଳାଳି ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି । ଶୁଭମନ ଗିଲଙ୍କ ସହ ମୟଙ୍କ ଓପନିଂ କରିପାରନ୍ତି ବୋଲି କୁହାଯାଉଛି । ଏହି ଟେଷ୍ଟ ୨୦୨୧ ଇଂଲଣ୍ଡ ସିରିଜର ଅଂଶ । ଏଥିରେ ଭାରତ ୨-୧ରେ ଆଗୁଆ ରହିଛି ।