ବିରୋଧୀ ମେଂଟ ଇଣ୍ଡିଆରେ ସବୁକିଛି ଠିକ୍ ଠାକ୍ ଚାଲିଛି ତ ? ଚର୍ଚ୍ଚା ବଢ଼ାଇଲା ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ

175

କନକ ବ୍ୟୁରୋ : ବିରୋଧୀ ମେଂଟ ‘ଇଣ୍ଡିଆ’ରେ ସବୁକିଛି ଠିକଠାକ୍ ଚାଲିଛି ତ? ଇଣ୍ଡିଆ ମେଂଟରେ କଂଗ୍ରେସର ଭୂମିକାକୁ ନେଇ ବଡ଼ କଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କହିଛନ୍ତି, ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ‘ଇଣ୍ଡିଆ’ ମେଂଟର ଗଠନ ହୋଇଥିଲା । ସବୁ ଦଳ ଏକାଠି ହୋଇ କଂଗ୍ରେସ ଦଳକୁ ଆଗକୁ ବଢ଼ାଇବା ଉପରେ କାମ କରୁଛନ୍ତି, କିନ୍ତୁ ଏନେଇ ଆଦୌ ଚିନ୍ତିତ ନୁହେଁ କଂଗ୍ରେସ । ପାଟନାରେ ସିପିଆଇ ଦ୍ୱାରା ଆୟୋଜିତ ‘ବିଜେପି ହଟାଅ, ଦେଶ ବଂଚାଅ’ ରାଲିି ବେଳେ ଏକଥା କହିଛନ୍ତି ନିତୀଶ । କଂଗ୍ରେସ ବର୍ତମାନ ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛି । କିନ୍ତୁ ମେଂଟ କେମିତି ଆଗକୁ ବଢ଼ିବ, ସେଥିପ୍ରତି କଂଗ୍ରେସ ଆଦୌ ଚିନ୍ତିତ ନୁହେଁ । ନୀତୀଶ ଗୋଟିଏ ପଟେ ଯେଉଁଠି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି, ସେହିଠାରେ ନିଜକୁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା କଥା କହିଛନ୍ତି । ସେପଟେ ନୀତୀଶ ମନ୍ତବ୍ୟକୁ ଟିଏମସି ଗୁରୁତ୍ୱର ସହ ନେଇଥିବା ବେଳେ କଟାକ୍ଷ କରିଛି ବିଜେପି । ବିଜେପି ନେତା ଶେହଜାଦ ପୁନାୱାଲା ବିରୋଧୀ ମେଂଟକୁ ଟୁକଡେ ଟୁକଡେ ମେଂଟ ବୋଲି କହିଛନ୍ତି ।