ନିର୍ବାଚନୀ ବଣ୍ଡକୁ ନେଇ ନିର୍ବାଚନ କମିଶନଙ୍କ ନୂଆ ତଥ୍ୟ : ବିଜେପିକୁ ମିଳିଛି ସର୍ବାଧିକ ପ୍ରାୟ ୭ ହଜାର କୋଟି । ଦ୍ୱିତୀୟରେ ଟିଏମସି, ତୃତୀୟରେ କଂଗ୍ରେସ ।

ପଞ୍ଚମ ସ୍ଥାନ ସହ ବିଜେଡି ପାଇଛି ୯୪୪ କୋଟି ଟଙ୍କା

364

କନକ ବ୍ୟୁରୋ: ନିର୍ବାଚନୀ ବଣ୍ଡକୁ ନେଇ ନୂଆ ତଥ୍ୟ ଜାରି କରିଛନ୍ତି ନିର୍ବାଚନ କମିଶନ । ବିଜେପିକୁ ସର୍ବାଧିକ ୬ ହଜାର ୯ ଶହ ୮୬ କୋଟି ଟଙ୍କା ଟଙ୍କା ମଳିଛି । ଦ୍ୱିତୀୟ ଟିଏମସି ୧୩୯୭ ଟଙ୍କା ପାଇଥିବା ବେଳେ ତୃତୀୟରେ କଂଗ୍ରେସ ୧୩୩୪ କୋଟି ଟଙ୍କା ପାଇଛି । ଚତୁର୍ଥସ୍ଥାନରେ ଥିବା ବିଆରଏସ ୧୩୨୨ କୋଟି ପାଇଥିବା ବୋଳ ପଂଚମ ସ୍ଥାନ ସହ ବିଜେଡି ପାଇଛି ୯୪୪ କୋଟି ଟଙ୍କା । ମାୟାବତୀ, ଅୱେସୀ, ରାଜ ଠାକରେଙ୍କୁ ଟଙ୍କାଟିଏ ବି ମିଳିନି । ନିବାଚନୀ ବଣ୍ଡକୁ ସୁପ୍ରିମକୋର୍ଟ ଗତମାସ ବେଆଇନ ଘୋଷଣା କରିବା ସହ ଏହି ବଣ୍ଡ ସମ୍ପର୍କୀତ ସବୁ ତଥ୍ୟ ଦେବାକୁ ନିର୍ବାଚନ କମିଶନକୁ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।