କେବେ ସୁଧୁରିବ ବିଜୁଳି ବିଭ୍ରାଟ? ପ୍ରବଳ ଗରମ ସାଙ୍ଗକୁ ବିଜୁଳି କାଟ ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ

248

କନକ ବ୍ୟୁରୋ: ଅଘୋଷିତ ବିଜୁଳି କାଟକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ବିଜୁଳି କାଟ ପ୍ରତିବାଦରେ ବିରୋଧୀ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛି । ତଥାପି ବିଜୁଳି କାଟରେ ବ୍ରେକ୍ ଲାଗିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍ ଖବର ଆସିଛି । ବିଜୁଳି କାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଅଘୋଷିତ ବିଜୁଳି କାଟକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ବିଜୁଳି କାଟ ପ୍ରତିବାଦରେ ବିରୋଧୀ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛି । ତଥାପି ବିଜୁଳି କାଟରେ ବ୍ରେକ୍ ଲାଗିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍ ଖବର ଆସିଛି । ବିଜୁଳି କାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ବିଜୁଳି ବିଭ୍ରାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ତାଗିଦ, ବିରୋଧୀ ଦଳଙ୍କ ସମାଲୋଚନା ସତ୍ୱେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଘଟଣା । ଅଘୋଷିତ ବିଜୁଳି କାଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ଘରେ ପଙ୍ଖା ଲାଗିଛି ସତ ହେଲେ ଘୁରୁନି । ବଲ ବି ଲାଗିଛି, କିନ୍ତୁ ଜଳୁନି । ବିଜୁଳି କାଟ୍ ଯୋଗୁଁ ଏମିତି କଷ୍ଟ ଭୋଗୁଛନ୍ତି ସ୍ଥାନୀୟ ଲୋକେ । କିନ୍ତୁ ବିଜୁଳି କାଟର କାରଣ ସେମାନଙ୍କୁ ଜଣାନାହିଁ । ସେମାନଙ୍କ କହିବା କଥା, ଦିନକୁ ପ୍ରାୟ ତିନିରୁ ଚାରି ଥର ବିଜୁଳି କାଟ୍ ହେଉଛି । ଥରେ ବିଜୁଳି କଟିଲେ ପୁଣି ଥରେ ଆସିବାକୁ ୩ ରୁ ୪ ଘଂଟା ଲାଗୁଛି । ଆଉ ଭରସା ପାଲଟିଛି ହାତ ବିଂଚଣା ।ତାତିର ହଟସ୍ପଷ୍ଟ ପାଲଟିଥିବା ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା । ଦିନ ହେଉ କି ରାତି, ଘଂଟା ଘଂଟା ଘଂଟା ଧରି ବିଜୁଳି କାଟ ଯୋଗୁ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଛାତ୍ରଛାତ୍ରୀମାନେ ବିଜୁଳି ନଥିବାରୁ ଭଲ ଭାବରେ ପାଠ ବି ପଢ଼ି ପାରୁନାହାଁନ୍ତି । ଯାହକୁ ନେଇ ତେଜିବାରେ ଲାଗିଛି ଜନ ଅସନ୍ତୋଷ ।

ଗୋଟିଏ ପଟେ ଅସହ୍ୟ ଗରମ ଓ ଅନ୍ୟପଟେ ଘନ ଘନ ବିଜୁଳି କାଟ ଯୋଗୁଁ, ଲୋକଙ୍କ ଠିକଣା ପାଲଟିଛି ଗଛମୂଳ । ମାଲକାନଗିରି ଜିଲ୍ଲା କାଲିମେଳା ସଦରମହକୁମାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି ଏମପିଭି-୩୫ ଗାଁ । ବିଜୁଳି ନଥିବାରୁ ଲୋକମାନେ ଗାଁ ମୁଣ୍ଡ ବରଗଛ ମୂଳରେ ବସି ବିଂଚଣାରେ ବିଂଚି ହେଉଛନ୍ତି ।

ବିଜୁଳି ବିଭ୍ରାଟ ପାଇଁ ଦୁର୍ବଳ ଭିତିଭୂମିକୁ ଦାୟୀ କରାଯାଉଥିବାବେଳେ, ଭରତପୁରର ଏହି ଦୃଶ୍ୟକୁ ଦେଖନ୍ତୁ । ଚାରିପଟେ ପାଣି, ମଝିରେ ରହିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର । ବିପଦ ସଙ୍କୁଳ ଅବସ୍ଥାରେ ଏହି ଟ୍ରାନ୍ସଫର୍ମରଟି ରହିଛି । ଯାହା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ଆରମ୍ଭ ହୋଇଛି, କିନ୍ତୁ କେବେ ସମସ୍ୟାର ସମାଧାନ ହେବ ସେ ନେଇ କାହା ପାଖରେ ଉତର ନାହିଁ ।