ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା ! ୪ ବିଦେଶୀଙ୍କୁ ଅଟକ ରଖିଲା ସିଂହଦ୍ୱାର ଥାନା ପୁଲିସ

24

କନକ ବ୍ୟୁରୋ : ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ କ୍ୟାମେରା । ଡ୍ରୋନ କ୍ୟାମେରା ଉଡାଇଥିବା ୪ ବିଦେଶୀଙ୍କୁ ପୁଲିସ ଅଟକ ରଖିଛି । ୪ ଋଷୀୟ ନାଗରିକଙ୍କୁ ସିଂହଦ୍ୱାର ଥାନା ପୁଲିସ ଏମାନଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ଶ୍ରୀମନ୍ଦିର ସାମ୍ନା ରାଧାବଲ୍ଲଭ ମଠରୁ ଡ୍ରୋନ କ୍ୟାମେରା ଉଡାଇଥିଲେ । ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ପ୍ରଶ୍ନ ଉଠିଛି ।